ସତୀଚଉରା ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀ ଦମ୍ପତିଙ୍କୁ କଠୋର ଦଣ୍ଡାଦେଶ

0

କଟକ: ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଦମ୍ପତିଙ୍କୁ କଟକ ଫାଷ୍ଟ ଟ୍ରାକ ପକ୍ସୋ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୯ରେ କଟକ ସତୀଚଉରାରେ ହୋଇଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ଦୋଷୀ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ଦେଇଥିବା ବେଳେ ସ୍ତ୍ରୀକୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏଥିସହ ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନା ଓ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦ଟି ତଥ୍ୟ ପ୍ରମାଣ ଓ ୧୨ ସାକ୍ଷୀଙ୍କ ବୟାନ ଆଧାରରେ ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
କଟକ ସତୀ ଚଉରା ଅଞ୍ଚଳରୁ ଏହି ଦମ୍ପତି ୨୦୧୯ ଜୁଲାଇ ୧୮ ତାରିଖରେ ଜଣେ ୧୦ ବର୍ଷର ନାବାଳିକାକୁ ଅପହରଣ କରି ନେଇଥିଲେ । ଅପହରଣ ପରେ ଝାଡଖଣ୍ଡ ନେଇ ବିକ୍ରି ଉଦ୍ୟମ ମଧ୍ୟ କରିଥିଲେ । ତେବେ ସେଠାରେ ସ୍ତ୍ରୀର ସହଯୋଗରେ ସ୍ୱାମୀ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା ।