(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କୈଳାଶ ସତ୍ୟାର୍ଥୀଙ୍କ ସଂଘଷଁପୂର୍ଣ୍ଣ ଜୀବନକୁ ନେଇ ୨୦୧୮ ନଭେମ୍ବରରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ଏବେ ତାମିଲରେ ରିଲିଜ ହୋଇଛି । ଚେନ୍ନାଇରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ରିଲିଜ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୈଳାଶ ସତ୍ୟାର୍ଥୀଙ୍କ ସହ ଦକ୍ଷିଣ ଭାରତ ଫିଲ୍ମ ଜଗତର ସୁପରଷ୍ଟାର କମଲ ହାସନ ମଧ୍ୟ ଉପସ୍ଥିତ ଥିଲେ ।
୯୩ ମିନିଟର ଦି ପ୍ରିଏସ ଅଫ ଡକ୍ୟୁମେଣ୍ଟାରୀ ରେ ସତ୍ୟାର୍ଥୀଙ୍କ ଜୀବନୀକୁ ଦେଖାଯାଇଥିଲା ।ସତ୍ୟାର୍ଥୀଙ୍କ ବାଳ ଶ୍ରମିକଙ୍କୁ ନୂଆ ଜୀବନ ଦେବାର ଅଦମ୍ୟ ପ୍ରୟାସ ଓ ସଂଘର୍ଷମୟ ଜୀବନକୁ ଡକ୍ୟୁମେଣ୍ଟାରୀରେ ଉପସ୍ଥାପନ କରାଯାଇଥିଲା । ଏବେ ଏହାକୁ ତାମିଲ ଭାଷାରେ କରାଯାଇଛି । ଯାହାର ନାମ ରଖାଯାଇଛି କୁଜଂଥିକାଲ ମେଥୁନ ଏରକାମ । ଡକ୍ୟୁମେଣ୍ଟାରୀର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଅବସରରେ କୈଳାଶଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଏଠାରେ ସୂଚନା ଥାଉ କି ନଭେମ୍ବରରେ ରିଲିଜ ହୋଇଥିବା ମୂଳ ଡକ୍ୟୁମେଣ୍ଟାରୀକୁ ସାରା ବିଶ୍ୱ ପସନ୍ଦ କରିଥିଲେ ।