(ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର): ସନ୍ଧ୍ୟା ସମୟରେ ଛୁଆମାନେ କିଛି ଚଟପଟା ଖାଇବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ବାହାର ଖାଦ୍ୟ ଖୁଆଇବା ଦ୍ୱାରା ଶରୀର ଉପରେ କୂପ୍ରଭାବ ପଡ଼ିଥାଏ । ଆଜି ଆମେ ଶିଖାଇବୁ ଚିକେନର ଏକ ରେସିପି । ଆସନ୍ତୁ ଜାଣିବା ….
ଆବଶ୍ୟକୀୟ ସାମଗ୍ରୀ : ଚିକେନ,କଞ୍ଚାଲଙ୍କା ,କର୍ନଫ୍ଲୋର , ଭୃସୁଙ୍ଗ ପତ୍. ରସୁଣ ଓ ଅଦା କଟା, ଲୁଣ-ସ୍ୱାଦନୁସାରେ,ଲେମ୍ଭୁ-ଫାଳେ,ଲଙ୍କା ଗୁଣ୍ଡ-୧ଚାମଚ,ହଳଦି ଗୁଣ୍ଡ-୧ଚାମଚ, ମସଲା ଗୁଣ୍ଡ-୧ଚାମଚ,ରାଶି-ଅଳ୍ପ,ଟମାଟୋ ସସ୍,ମହୁ-ଅଧା ଚାମଚ ।
ପ୍ରସ୍ତୂତି ପ୍ରଣାଳି : ପ୍ରଥମେ ଚିକେନ୍କୁ ଭଲଭାବେ ଧୋଇଦେବେ । ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। କଟାଚିକେନରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ୱାଦ୍ ଅନୁଯାୟୀ ଲୁଣ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ । ତା’ପରେ ସେଥିରେ କର୍ନଫ୍ଲୋର ଗୋଳାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଗୋଳା ହୋଇ ରହିଥିବା ଚିକେନ୍କୁ ଗୋଟି ଗୋଟି କରି ଫ୍ରାଏ କରନ୍ତୁ। ଚିକେନ୍ଗୁଡ଼ିକ ସୁନେଲି ରଙ୍ଗ ହେବା ଯାଏ ଫ୍ରାଏ କରନ୍ତୁ ଓ ତା’ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏହାପରେ ଆଉ ଏକ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତାପରେ ଏଥିରେ କିଛି ଭୃସୁଙ୍ଗ ପତ୍ର, କଞ୍ଚା ଲଙ୍କା, ରସୁଣ ଓ ଅଦା କଟା ପକାଇ ଭାଜନ୍ତୁ। ଏହାପରେ ଏଥିରେ ଅଳ୍ପ ଟମାଟୋ ସସ୍ ,ମହୁ, କିଛି ଭଜା ରାଶି ଓ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।
ବର୍ତ୍ତମାନ ଏହାକୁ ୫ ମିନିଟ୍ ଫ୍ରାଏ କରି ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘କ୍ରିସ୍ପି ଚିକେନ୍ ହନି ଚିଲି’।