ସମବାୟ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାସ

0

(ମଧୂସୁଦନ ବହିଦାର) ବଲାଙ୍ଗୀର : ବଲାଙ୍ଗୀର ସମବାୟ ବ୍ୟାଙ୍କରେ ଗତ ଦେଢ଼ ମାସ ହେବ ଜମାକାରୀଙ୍କ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି । ଏଥିରେ ବଡଧରଣର ଗୋଷ୍ଟି ସାମିଲ ଥିବା ସନ୍ଦେହ କରି ଦୁର୍ନୀତିର ତଦନ୍ତ କ୍ରାଇମବ୍ରାଞ୍ଚ କରୁ ବୋଲି ଦାବି କରିଥିଲେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବୋର୍ଡ ନିର୍ଦେଶକ ସାନନ୍ଦ ମେହେର ଓ ଉପ ସଭାନେତ୍ରୀ ପୁଷ୍ପଲତା ଭୋଇ। ସୂଚନା ଥାଉକି ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ନାମକ ୩୪ ବର୍ଷିୟ ଜଣେ ବ୍ୟକ୍ତିଙ୍କ ପ୍ରତି କେବଳ ସନ୍ଦେହ କରାଯାଉଥିଲା। ତାପରେ ବଲାଙ୍ଗୀର ପୋଲିସ ଏସ.ଡି.ପି.ଓ. ଙ୍କ ନେତୃତ୍ୱରେ ଗୋଟିଏ ଟିମ ଗଠନ କରି ଘଟଣାର ଛାନବିନ ଚଲାଇ ଥିଲେ । ଏବେ ପୋଲିସ ତାର ପର୍ଦାଫାସ କରିଛି। ସେ ବ୍ୟକ୍ତି ବ୍ୟାଙ୍କରେ କେହି ନ ଥିବା ସମୟରେ ବ୍ୟାଙ୍କ ରୁ ୧୨ଟି ଏ.ଟି.ଏମ କାର୍ଡ ଓ ତାର ପାସୱାର୍ଡ ମଧ୍ୟ ନିରୋଳା ସମୟ ରେ ଚୋରିକରି ଆଣିଥିଲେ। ପରେ ସେ ତାଙ୍କର ଜଣେ ବିଶ୍ୱସ୍ଥ ଶାଶ୍ୱତ କୁମାର ମିଶ୍ର ନାମକ ଯୁବକ (୨୪ବର୍ଷ) ତାକୁ କହି ନୀଳମଣି ବଲାଙ୍ଗୀର ରେ ନିଛାଟିଆ ସ୍ଥାନ ମାନଙ୍କରେ ଥିବା ଏ.ଟ.ଏମ. ଗୁଡିକୁ ପଠେଇ ପଇସା ବାହାର କରିଆଣି ନିଳମଣୀ କୁ ଦେଉଥିଲା। ସେ ଯେତେବେଳେ ପଇସା ପାଇଁ ପଠାଉ ଥିଲା ସେତେବେଳେ ଉକ୍ତ ଯୁବକଟିକୁ ହେଲମେଟ ତଥା ଅନେକ ପ୍ରକାର ବସ୍ତ୍ର ପରିଧାନ କରି ପଠଉଥିଲା। ଆଜି ପୋଲିସ ଉକ୍ତ ବ୍ୟକ୍ତି ଠାରୁ ୧୨ଟି ଏ.ଟି.ଏମ.ବ୍ୟବହାର କରି ୮ଲକ୍ଷ ୩୧ହଜାର ଟଙ୍କା ବାହାର କରିଥିବା ସୂଚନା ମିଳିଛି। ପୋଲିସ ତାଙ୍କ ଠୁ ଅନେକ ଗୁଡିଏ ବ୍ୟାଙ୍କ ପାସ ବହି, ବ୍ୟବହାର କରୁଥିବା ହେଲମେଟ, ତିନୋଟି ସାର୍ଟ,ଗୋଟିଏ ପେଣ୍ଟ ଏହି ସବୁ ଜିନିଷ ଜବତ କରିଥିବା ଏକ ସାମ୍ବାଦିକ ସମ୍ବିନଳୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଆରକ୍ଷୀ ଅଧିକାରୀ ଏମ.ସଂଦୀପ ସମ୍ପତ୍ତ ।