(ଜ୍ୟୋତିରଂଜନ ଧର) କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ସମଲ ବ୍ୟାରେଜ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ଅଧିବାସୀ ଯାତାୟତ କରୁଥିବା ରସ୍ତାର ମରାମତି, ଜଳସେଚନ ଦ୍ୱାରା ବିସ୍ଥାପନ,ଥଇଥାନ ଆଦି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ହେୟଜ୍ଞାନ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ଲୋକେ ଏହି ସମସ୍ତ ସୁବିଧା ସୁଯୋଗରୁ ବଂଚିତ ତଥା ଉପେକ୍ଷିତ ହେବା ନେଇ ଅନୁଗୁଳ ଜିଲ୍ଲା ପ୍ରାକ୍ତନ ସଭାପତି ତଥା ଭାଜପା ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ଅଶୋକ ମହାନ୍ତି ଉଦବେଗ ପ୍ରକାଶ କରିଛନ୍ତି । ଏହି ଘଟଣା କୁ ଶ୍ରୀଯୁକ୍ତ ମହାନ୍ତି ଗମ୍ଭିରତା ସହିତ ନେଇ ସମଲ ବ୍ୟାରେଜ୍ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବୀ କରିଛନ୍ତି । ଆଲୋଚନା ସମୟରେ କୁଲେଇ ସରପଂଚ ଅଧର ସାହୁ, ଜତିନ୍ଦ୍ର ସାହୁ, ଶିଶିର ସାହୁ, ଦୁଃଶାସନ ସାମଲ, ସୁଦର୍ଶନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସମଲ ଟୋଲ ଗେଟ୍ ଠାରୁ କଟରାପଡି-ବାରୁଆଁ ରାସ୍ତା ମରାମତି, ଚିଫ୍ ଇଂଜିନିୟର ଅଫିସ ଠାରୁ ସମଲ ଟୋଲ ଗେଟ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ନଦୀ ପାଶ୍ୱର୍ ଛଅ ଖଣ୍ଡ ଗ୍ରାମର ବିସ୍ଥାପନଓ ଥଇଥାନ ବିଷୟରେ ଆଲୋଚନା ହୋଇଥିବା ଜଣାଯାଇଛି ।