ସମଲ ବ୍ୟାରେଜ ରାସ୍ତାର ଅନ୍ୟନାମ ମୃତ୍ୟୁଯନ୍ତା

0

(ଜ୍ୟୋତିରଞ୍ଜନ ଧର, କଣିହାଁ ): ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଟୋଲଗେଟଠାରୁ ସମଲ ବ୍ୟାରେଜ ଦେଇ ଯାଇଥିବା ରାସ୍ତା ସମ୍ପୁର୍ଣ୍ଣ ଗାଢ଼ରେ ପରିପୂର୍ଣ୍ଣ। ଉକ୍ତ ରାସ୍ତା ଦେଇ ଦୈନିକ ଶତାଧିକ ଲୋକେ ଯାତାୟତ କରୁଥିଲେ ମଧ୍ୟ୍ୟ ସରକାରୀ ବାବୁ ଓ ରାଜନେତାମାନଙ୍କର ଇଚ୍ଛାଶକ୍ତି ଓ ଲୋଲୁପ ଦୃଷ୍ଟି କାରଣରୁ ସାଧାରଣ ଜନତାଙ୍କୁ ରାସ୍ତା ପାଇଁ ଭୋଗିବାକୁ ପଡୁଛି ବହୁ ହୀନସ୍ତା । ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କର ଧନ ଜୀବନ ହାନୀ ହେଉଥିଲେ ମଧ୍ୟ୍ୟ ସରକାରୀ ଅଧିକାରୀଙ୍କ ନୀରବତା ସମସ୍ତଙ୍କୁ ଚକିତ କରିଛି ।ଏଣୁ ଏହି ରାସ୍ତାର ଅନ୍ୟନାମ ମୃତ୍ୟୁଯନ୍ତା ବୋଲି ସାଧାରଣରେ ଜୋର ଚର୍ଚ୍ଚା ଧରିଛି । ବର୍ଷାଦିନ ହୋଇଥିବାରୁ ରାସ୍ତା ସମ୍ପୁର୍ଣ୍ଣ ଶୋଚନୀୟ  ଛୋଟ ବଡ଼ ଦୁର୍ଘଟଣାର ମାତ୍ରା ବଢୁଛି । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି। ରାସ୍ତା ଉପରେ ଉପରେ ନିର୍ଭର କରି ପ୍ରତିଦିନ ଲୋକ ଏନଟିପିସି, କଣିହାଁ ପ୍ରକଳ୍ପ, ଜେଆଇଟିପିଏଲ, ଏମସିଏଲ କାରଖାନାକୁ କାମ କୁ ଯାଉଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସମଲ ଜଳସେଚନ ପ୍ରକଳ୍ପ କର୍ମଚାରୀ, ବ୍ୟାଙ୍କ ଗ୍ରାହକ ପ୍ରତିଦିନ ଯିବାଆସିବା କରିଥାନ୍ତି। ଏହି ରାସ୍ତାଟି ସମଲ ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ବେଳେ ରାସ୍ତା କେବେ ତିଆରି ହେଉଛି ଜନସଧାରଣ ଅନାଇ ବସିଛନ୍ତି। ପୁର୍ବରୁ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ସମଲ ଜଳସେଚନ ବିଭାଗ କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଅନୁଗୁଳ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଜନସୁରକ୍ଷା ମଞ୍ଚ ଆବାହକ ତଥା ସମାଜସେବୀ ଶଙ୍କର୍ଷଣ ସୁବୁଦ୍ଧି ଦାବୀ କରିଛନ୍ତି  । ଯଦି ଆଗାମୀ ଦିନରେ ଦାବୀ ପୂରଣ କରାନଯାଏ ତେବେ ଆନ୍ଦୋଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଚେତାଇ ଦେଇଛନ୍ତି ।