ସମାଜ କଲ୍ୟାଣ ସଂଗଠନ “ବଚପନ କି ଦୋସ୍ତ” ମାଧ୍ୟମରେ ଜନହିତକର କାର୍ଯ୍ୟକ୍ରମ

0

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦୀପ : ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ୧୯୯୨ ଓ ୧୯୯୪ ମସିହାର ଛାତ୍ରମାନେ ଆଜି ବଡଦିନରେ ଏକ ନିଆରା ଢଙ୍ଗରେ ସ୍ଵାଗତ କଲେ ନବ ବର୍ଷକୁ। ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ସମାଜ କଲ୍ୟାଣ ସଂଗଠନ “ବଚପନ କି ଦୋସ୍ତ” ଜରିଆରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ କରାଯାଇଛି। ବାଲିଝରାସ୍ଥିତ ସନ୍ତୋଷୀ ଜରାଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧା ଙ୍କୁ ଶୀତ ବସ୍ତ୍ର,ମଶାରୀ, ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ। ସେମାନଙ୍କ ସହିତ ବେଶ୍ କିଛି ସମୟ ଅତିବାହିତ କରି ସେମାନଙ୍କ ସୁଖ ଦୁଃଖରେ ସହଭାଗୀ ହୋଇଥିଲେ। ଏହା ପରେ ପାରାଦୀପଗଡ ଠାରେ ଥିବା ଲୋକନାଥ ସେବାଶ୍ରମରେ ଥିବା ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ ସହିତ ସେମାନଙ୍କ ମାଧ୍ୟମରେ ନିଜ ନିଜର ପିଲାଦିନର ସ୍ମୃତିକୁ ମନେପକାଇ ବେଶ୍ କିଛି ସମୟ ପାଇଁ ଅତିତରେ ଛାଡିଆସିଥିବା ପିଲାଦିନ ପାଖରେ ବନ୍ଧା ପଡ଼ିଯାଇଥିଲେ। ଏହା ପରେ ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ପାଖରେ ଥିବା ସମାଜରେ ଅବହେଳିତ, ଦୁସ୍ତ ଅସହାୟ ମାନଙ୍କୁ ଶୀତ ବସ୍ତ୍ର, ଥାଳି, ଗ୍ଲାସ୍,ତାଟିଆ ସହିତ ଫଳ ବଣ୍ଟନ କରି ନିଜ ମାନବିକତାର ପରିଚୟ ପ୍ରଦାନ କରିଥିଲେ। ଏଥି ସହିତ ଷଣ୍ଢକୁଦ ବସ୍ତିରେ ରହୁଥିବା ଗରିବ ପରିବାରକୁ ଶୀତ ବସ୍ତ୍ର ଓ ମଶାରୀ ବଣ୍ଟନ କରି ସମାଜରେ ଥିବା ନିଜ କର୍ତ୍ତବ୍ୟକୁ ପ୍ରତିପାଦନ କରିଥିଲେ।