ସମ୍ବଲପୁର-ବ୍ରହ୍ମପୁର ରେଳପଥରେ ବୀର ମହାରାଜପୁରକୁ ସାମିଲ କରିବକୁ ଦାବି

0

(ଓମପ୍ରକାଶ ମିଶ୍ର) ସୋନପୁର: ପ୍ରସ୍ତାବିତ ସମ୍ବଲପୁର-ବ୍ରହ୍ମପୁର ରେଳପଥ କାର୍ଯ୍ୟରେ ବୀର ମହାରାଜପୁର ଉପଖଣ୍ଡକୁ ସାମିଲ କରିବା ପାଇଁ ଦାବି ଜୋର ଧରିଛି । ଏନେଇ ସୁବର୍ଣ୍ଣପୁର କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ଆଲୋଚନା କରାଯିବା ସହ ଦାବିକୁ ଯୋରଦାର କରାଯାଇଛି । ସମ୍ବଲପୁର-ବ୍ରହ୍ମପୁର ରେଳପଥକୁ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସବୁଜ ସଂକେତ ମିଳିସାରିଥିବା ବେଳେ ଏଥିରେ ବିରମହାରାଜପୁର ଉପଖଣ୍ଡକୁ ବାଦ ଦିଆଯାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଇଂରେଜ ଶାସନ ସମୟରେ ସମ୍ବଲପୁର-ଖୋର୍ଦ୍ଧା ଭାୟା ସୋନପୁର ଓ ସମ୍ବଲପୁର କଟକ ରେଳପଥ ପାଇଁ କରାଯାଇଥିବା ସର୍ଭେରେ ବୀରମହାରାଜପୁର ଉପଖଣ୍ଡକୁ ସାମିଲ କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାର ଏହି ଅଂଚଳ ରେଳ ସେବାରୁ ବଂଚିତ ରହିଛି । ଏଣୁ ଚଳିତ ସର୍ଭେରେ ଏହି ଅଂଚଳକୁ ସାମିଲ କରିବାକୁ ଦାବି କରାଯାଇଛି । ଯଦି ଏନେଇ ପଦକ୍ଷେପ ନିଆ ନ ଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଧମକ ଦେଇଛି କ୍ରୀୟାନୁଷ୍ଠାନ କମିଟି ।