ସରକାରୀ ବାବୁଙ୍କ ଗାଡିଭଡା ବଢିଲା

0

ବଢିଲା ସରକାରୀ ବାବୁଙ୍କ ଗାଡି ଭଡ଼ା । ୮ ବର୍ଷ ପରେ ଏବେ ଆଇ.ଏ.ଏସ୍ ଏବଂ ଆଇ.ପି.ଏସ୍ ଅଫିସରଙ୍କ ଗାଡି ଭଡା ବଢିଛି  । ଯାହାର ନିଷ୍ପତ୍ତି ନିଜେ  ରାଜ୍ୟ ସରକାର ନେଇଛନ୍ତି। ବଢୁଥିବା ପେଟ୍ରୋଲ, ଡିଜେଲ ଦରକୁ ଦୃଷ୍ଟିରେ ରଖି ଏଭଳି  ନିଷ୍ପତ୍ତି ନିଆଯାଇଛି  ।  ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ  ଜାରି ହୋଇଛି ।  ପୂର୍ବରୁ ସେକ୍ରେଟାରୀ,  ଅତିରିକ୍ତ ସଚିବ ଏବଂ ଆରଡିସିର ମୁଖ୍ୟଙ୍କ ମାସିକ ୧୬୫୦ ଟଙ୍କା କଟୁଥିବା ବେଳେ, ବର୍ତ୍ତମାନ ଏହାକୁ ୨୫୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଜିଲ୍ଲାପାଳ ଏବଂ ଏସ.ପିଙ୍କର ମାସିକ ୧୧୨୦ ଟଙ୍କା କଟୁଥିଲା ବେଳେ ଏବେ ଏହାକୁ ୧୬୮୦ ଟଙ୍କାକୁ ବୃଦ୍ଧି କରାଯାଇଛି  ।  ଘରୋଇ କାର୍ଯ୍ୟରେ ଯାତୟାତ କରିବା ପାଇଁ  ମାସକୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ରଖା ଯାଇଛି ।  ଏଥିପାଇଁ ୨୫୨୦ ଟଙ୍କାରୁ ୩୭୮୦ ଟଙ୍କାକୁ ବୃଦ୍ଧି କରାଯାଇଛି  ।  ୩୦୦ କିଲୋମିଟରରୁ ଅଧିକ ୫୦୦ କିଲୋମିଟର  ଯାତାୟତା ପାଇଁ ଥିବା ୪୨୦୦ ଟଙ୍କାରୁ ୬୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।  କିନ୍ତୁ କଟକରୁ ଭୁବନେଶ୍ୱରରୁ ଅବା ଭୁବନେଶ୍ୱରରୁ କଟକ ଯିବାଆସିବା ପାଇଁ ଥିବା ୬୦୦୦ ହଜାର ଟଙ୍କାରେ ପରିବର୍ତନ ହୋଇନାହିଁ। ତେବେ ଏହି ନିୟମ  ଆସନ୍ତା ଫେବୃଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି  ।