ସରକାରୀ ଯୋଜନା ସାତସପନ

0

(ଓମ ପ୍ରକାଶ ମିଶ୍ର)ସୋନପୁର: ଏମାନଙ୍କ ପାଖରେ ନାଁ ଅଛି ଆଧାର କାର୍ଡ ନାଁ ଅଛି ରାସନ୍ କାର୍ଡ। ସତେ ଯେମିତି ଏହି ପରିବାର ମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟି ଯାଇଛି। ପୁଣି ବିଦ୍ୟାଳୟ କଥା ନ କହିବା ଭଲ । କିଛି ରେକର୍ଡ ନାଁ ଅଛି ଜମିବାଡ଼ି। ବର୍ଷସାରା ଯାଯାବର ଜୀବନ ଭିତରେ ଏହି ପରିବାର ସବୁ ଆଜିବି ଖୋଜୁଛନ୍ତି ନିଜର ପରିଚୟ। କେବଳ ପରିବାର ରେ ମା,ବାପା କାହିଁକି କୋମଳ ବତି ଶିଶୁ ମାନେ ବି ଏଥିରୁ ବାଦ ପଡିନାହାଁନ୍ତି। ଶିକ୍ଷା ଅଧିକାର ଆଇନ ସାଙ୍ଗକୁ ଶିଶୁ ଅଧିକାର ଓ ସୁରକ୍ଷା ତ ଦୁରର କଥା ସେହି ଶିଶୁ ମାନଙ୍କୁ ସମାଜ ରେ ଠିଆ କରିବା ପାଇଁ ଏମାନେ ଜାରି ରଖିଛନ୍ତି ଜୀବନ ସଂଗ୍ରାମ । ସତେ ଯେପରି ଏହି ପରିବାରର କୋମଳମତି ଶିଶୁମାନେ ଖୋଜି ବୁଲୁଛନ୍ତି ନିଜର ସାମାନ୍ୟ ପରିବାର ଖଣ୍ଡିଏ ।ଏଭଳି ଏକ ଦୄଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରୁ ମାତ୍ର ୧୮ କିଲୋମିଟର ଦୂର ବାଉଶୁଣି ପଞ୍ଚାୟତର ଖାତିପଡା ଗ୍ରାମ ।

ଏହି ଖାତିପଡାରେ ୩୫ ରୁ ୪୦ ପରିବାର ରହୁଥିବା ଦେଖିବାକୁ ମିଳିଛି । ଏ ପରିବାରମାନଙ୍କର ବର୍ତ୍ତମାନ ଶିଶୁର ଭବିଷ୍ୟତ ତ ଦୁରର କଥା ନିଜେ ନିଜର ସରକାରୀ ପରିଚୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତାଙ୍କର ଶିଶୁମାନଙ୍କର ଆଧାର କାର୍ଡ ନ ଥିବାରୁ ଆବଶ୍ୟକ ଶିକ୍ଷା ଗ୍ରହଣରୁ ବଞ୍ଚିତ ହୋଇ ପଡିଛନ୍ତି । ସତେ ଯେମିତି ଏହି ପରିବାରମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟି ଯାଇଛି । ସେହି ପଡାରେଥିବା ୫୬ ଜଣ ଶିଶୁ ଏବେ ନିଜ ନିଜର ପରିଚୟ ଅଭାବରୁ ବିଦ୍ୟାଳୟକୁ ମାଡିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିବା ଦେଖାଦେଇଛି । ଏହି ପଡାରେ ଅଙ୍ଗନବାଡି କେନ୍ଦ୍ର ଅଛି ହେଲେ ଅଙ୍ଗନବାଡି ଦିଦି କେବେ ଆସିଲେ କେବେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଭଳି ସମସ୍ୟାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହ ଗ୍ରହଣ କରି ଏହି ପଡାରେ ରହୁଥିବା ଶିଶୁମାନଙ୍କୁ ଶିକ୍ଷା ପ୍ରଦାନରେ ବ୍ୟବସ୍ଥା କରାଯାଉ ବୋଲି ଅଭିଯୋଗ କହିଛନ୍ତି।