(ଜ୍ୟୋତିରଞ୍ଜନ ଧର)କଣିହାଁ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୈାଦ୍ଧିକ ମଣ୍ଡପରେ୨୬ତାରିଖ ଶୁକ୍ରବାର ଦିନ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ବିଭୁତି ଭୂଷଣ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ଅନୁଷ୍ଠାନର ସମ୍ପାଦକ ତଥା ଅବସରପ୍ରାପ୍ତ ଅଧ୍ୟାପକ ବିରଞ୍ଚିନାରାୟଣ ତ୍ରିପାଠୀ ଯୋଗଦେଇ ଶିଶୁର ଭବିଷ୍ୟତ ତା ପରିବାରରୁହିଁ ଆରମ୍ଭ ହୋଇଥାଏ। ଉତ୍ତମ ସଂସ୍କାର ଶିକ୍ଷା ସେ ତା ପରିବାରରୁ ହିଁ ପାଇଥାଏ। ଏ ଦିଗରେ ମା ମାନେ ଗୁରୁତ୍ବ ଦେଇ ଶିଶୁର ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।ପ୍ରଧାନ ଗୁରୁଜୀ ଶ୍ରୀସାହୁ ଶିଶୁଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ। ସବୁ ବେଳେ ଗୁରୁଙ୍କୁ ସମ୍ମାନ ଦିଆଯାଏ। ଗୁରୁ,ଶିଷ୍ୟ ସମ୍ପର୍କ ନିବିଡ ହେଲେ ଶିଶୁର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଥିଲେ।ଅଭିଭାବକ ମାନେ ନିଜ ନିଜର ମତ ରଖିଥିବା ବେଳେ ଗୁରୁଜୀ ଗୁରୁମା ମଧ୍ୟ ସନ୍ତୋଷ ଜନକ ଉତ୍ତର ଦେଇଥିଲେ । ଗୁରୁମା କୀର୍ତ୍ତିମୟୀ ଦାଶ ସମ୍ମିଳନୀକୁ ସଂଯୋଜନା କରିଥିବାବେଳେ ଅନ୍ୟ ଗୁରୁଜି -ପ୍ରତାପ ସାହୁ, ଗୁରୁମା ସୁମିତ୍ରା ଦେହୁରୀ,ଦିପ୍ତି ମଞ୍ଜରୀ ପଣ୍ଡା,ମୋନାଲିସା ପ୍ରଧାନ,ପ୍ରଣତି,ବିଶ୍ବାଳ ,ବବି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ତୁଲାଇଥିଲେ ।