(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ସର୍ବଭାରତୀୟ ୨୫ତମ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତା ୩ ମାର୍ଚ୍ଚ ୨୦୨୦ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୭ତାରିଖରେ ଉଦଯାପନ ହେବ । ଏହି ପ୍ରତିଯୋଗିତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର୨୪୭୧କର୍ମଚାରୀ ଅଂଶ ଗ୍ରହଣ କରିବେ । ଏହି ସୁଯୋଗ ଓଡିଶା ପାଇଁ ୨ୟ ଥର ମିଳିଥିବାରୁ ଓଡିଶା ବନବିଭାଗ କର୍ମଚାରୀମାନେ ଉତ୍ସାହର ସହିତ ଆୟୋଜନ ବ୍ୟବସ୍ଥା କରିଛନ୍ତି । ଏହାର ସୁପରିଚାଳନ ନିମନ୍ତେ ୧୬ଟି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ ୩ ମାର୍ଚ୍ଚରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଷ୍ଟାଡିୟମଠାରେ ଉଦଘାଟିତ ହେବ ।