ଯାଜପୁର (ବେଦପ୍ରକାଶ ନାୟକ) : ସରକାରୀ କର୍ମଚାରୀ ମାନେ ନିଜେ ନିଜର ଦାଇତ୍ୱ ଲିଭାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଆହ୍ୱାନ ଦେଇଛନ୍ତି । ଦୁର୍ନୀତି ଗ୍ରସ୍ତ ରାଜନେତା ହୁଅନ୍ତୁ କିମ୍ଭା ସରକାରୀ ଅଧିକାରୀ ଲୋକଙ୍କ ସରକାର ମୋହନ ସରକାର ରେ କାହାରିକୁ ବି ଛଡାଯିବନି। ଏନେଇ ନିକଟରେ ସରକାର ଙ୍କ ତରଫରୁ ଦୁର୍ନୀତି ଗ୍ରସ୍ଥ କୌଣସି ସରକାରୀ ଅଧିକାରୀ ଙ୍କ ବିରୁଦ୍ଧରେ କୋର୍ଟ ରେ ମାମଲା ରହିଥିଲେ ତୁରନ୍ତ ଚାକିର ରୁ ବହିଷ୍କୃତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ, ଏସବୁ ନିର୍ଦ୍ଦେଶ କୁ ହେ ଜ୍ଞାନ ଭାବିନେଇଛନ୍ତି ଉଚ୍ଚ ପଦସ୍ତ ଅଧିକାରୀ ମାନେ।ଜିଲ୍ଲାରେ ମାଳ ମାଳ ଦୁର୍ନୀତି ଗ୍ରସ୍ଥ ଅଧିକାରୀ ଙ୍କ ବିରୁଦ୍ଧରେ କୋର୍ଟ ରେ ମାମଲା ବିଚାରାଧୀନ ଥାଇ ବି ସେମାନଙ୍କୁ କେଉଁ ସ୍ୱାର୍ଥରେ ଚାକିର ରୁ ବହିସ୍କୃତ ନକରି ରାଜ୍ୟ ରାଜକୋଷ ରୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦିଆଯାଉଛି ଯାହାକୁ ନେଇ ଏବେ ସାଧାରଣ ରେ ମୁଖ୍ୟ ଆଲୋଚନା ର ବିଷୟ ହୋଇଛି ।
ପ୍ରସଙ୍ଗ କ୍ରମେ ଯାଜପୁର ଜିଲ୍ଲାର କୃଷି ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଦୁର୍ନୀତି ରେ ବୁଡି ରହିଛନ୍ତି।ସେମାନଙ୍କ ମଧ୍ୟରୁ ଧର୍ମଶାଳା ବ୍ଲକ ରେ କାର୍ଯ୍ୟରତ କୃଷି ଅଧି ଦଶର୍କ ନିହାର ରଞ୍ଜନ ମହାନ୍ତି ହେଉଛନ୍ତି ଅନ୍ୟତମ।ନିହାର ଙ୍କ କାର୍ଯ୍ୟଧାରା ଉପରେ ଅତିଷ୍ଠ ହେଲେଣି ଶତାଧିକ ଚାଷୀ। ବାବୁଙ୍କ କାରନାମା କଥା କହିଲେ ସରିବ ନାହିଁ। ସରକାରୀ ଅଧିକାରୀ ମାନଙ୍କ ପାଇଁ ଦିନ ୧୦ଟାରୁ ୫ଟା ଯାଏ ଡିୟୁଟି ସମୟ ଧାର୍ଯ୍ୟ ହୋଇଥିବା ବେଳେ ନିହାର ଙ୍କୁ ସେସବୁ ଖାତିର ନାହିଁ।ନିଜ ଇଛା ମୁତାବକ ଅଫିସ ଆସନ୍ତି ଆଉ ଯାଆନ୍ତି।ମାସରେ ପ୍ରାୟତଃ ୧୦ଦିନ ଡିୟୁଟି କରି ପୁରା ମାସର ଉପସ୍ଥିତି ହାଜୀରା ପକାଇ ଦରମା ନିଅନ୍ତି ବାବୁ ନିହାର।ନିହାର ଙ୍କ କାର୍ଯ୍ୟ ଶୈଳୀ କହିଲେ ଅଫିସ ଖୋଲିବା ସହ ଶେଷ ଯାଏ ରହି ବନ୍ଦ କରିବା, ହିତାଧିକାରୀଙ୍କୁ ସଠିକ ସେବା ପ୍ରଦାନ କରିବା, ଫିଲଡ଼ ଗ୍ରସ୍ତ କରିବା, ଚାଷ ଜମିରେ ପହଁଚି ରୋଗ ପୋକ କୀଟନାଶକ କଥା ବୁଝିବା ଏବଂ କୃଷି ଯନ୍ତ୍ରପାତି ବଣ୍ଟନ ଆଦିରେ ସମ୍ପୂର୍ଣ୍ଣ ଦାଇତ୍ୱ ରହିଛି।କିନ୍ତୁ ଏସବୁକୁ ନିହାର ଠିକ ସେ ସମ୍ପାଦନା କରୁନଥିବାର ଅଭିଯୋଗ ହୋଇଛି।ଚାଷୀ ମାନେ ବର୍ଷ ବର୍ଷ ଧରି ଦୌଡୁ ଥିଲେ ବି ବାବୁଙ୍କର ଭେଟ ମିଳିବା କଷ୍ଟକର।ଖାଲି ସେତିକି ନୁହଁ ନିଜ ହାତରେ ହାଜୀରା ଖାତା ରୁହେ ବୋଲି ଏପରିକି ବାବୁ ଜଣଙ୍କ ଛୁଟି ନେଲେ ବି ଛୁଟି କାଉଣ୍ଟ ହୁଏନି।ଉପସ୍ଥିତ ଅଧିକାରୀ ଙ୍କ ଛତ୍ର ଛାୟା ତଳେ ରହି ନିହାର ନିଜକୁ ସର୍ବେସର୍ବା ଭାବୁଥିବା ର ଅଭିଯୋଗ ହୋଉଛି।
ଖାଲି ସେତିକି ନୁହେଁ ପୂର୍ବରୁ ଚିଟ ଫଣ୍ଡ ରେ ସମ୍ପୃକ୍ତ ଥିବା ନିହାର ଧରା ପଡିବା ପରେ ୨୯ଦିନ ପିଙ୍ଗଳ ଜେଲ ରେ ରହିଥିଲେ।ମାନ୍ୟବର ଜଗତସିଂହପୁର ଏସ୍ଡ଼ିଜିଏମ ଙ୍କ କୋର୍ଟ ରେ ୧୫ ଲକ୍ଷ ଟଙ୍କା ର ସିକ୍ୟୁରୁଟି ସର୍ତ୍ତ ଅନୁସାରେ ବେଲ ରେ ଆସିଥିଲେ।ପରେ ପରେ ନିହାର ଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ପ୍ରୋସେସିଂ ସହ ସସପେଣ୍ଡ କରାଗଲା ।ପୁନର୍ବାର ଏହାର କିଛି ଦିନ ପରେ ତାଙ୍କୁ ପୁନଃ ନିଯୁକ୍ତି କରାଗଲା। ତାହାଲେ ଏଠି ପ୍ରଶ୍ନ ଉଠୁଛି କିଏ ଦେଇଥିଲା ନିହାର ଙ୍କୁ ସୁରକ୍ଷା ?ପୂର୍ବ ସରକାର ସମୟରୁ ନିହାର ଙ୍କ ବିରୁଦ୍ଧରେ ଅଭିଯୋଗ ପରେ ବି କାହିଁକି ହେଉ ନାହିଁ କାର୍ଯ୍ୟନୁଷ୍ଠାନ ? କାହା ଛତ୍ରଛାୟା ତଳେ ନିହାର ଙ୍କ ଏତେ ବହପ ? କେଉଁ ଉଚ୍ଚ ପଦସ୍ଥ ଅଧିକାରୀ ନିହାର ଙ୍କୁ ଦେଉଛିନ୍ତି ସୁରକ୍ଷା ? ଚିଟ ଫଣ୍ଡ ଘୋଟଲାରେ ସମ୍ପୃକ୍ତ ଥିବା ନିହାର ଙ୍କୁ କାହିଁକି ପୁନଃ ନିଯୁକ୍ତି ଦିଆଯାଇଛି ? ଏମିତି ଅନେକ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଥିବା ବେଳେ ଆମେ ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଅବଗତ କରିବା ପରେ ନିହାର ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ମୁଁ କିଏ ବୋଲି କହିଛନ୍ତି ! ଅତଏବ କଥାଟି ସ୍ପଷ୍ଟ ହେଉଛି କି ଉଚ୍ଚ ପଦସ୍ଥ ଅଧିକାରୀ ମାନେ ବି ନିହାର ଙ୍କୁ ଡରି ରହିଛନ୍ତି।ତୁରନ୍ତ ରାଜ୍ୟସରକାର ଏବଂ କୃଷି ସଚିବ ଏ ଦିଗରେ ଦୃଷ୍ଟି ଦେଇ ଏଭଳି ଅଧିକାରୀ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଚାଷୀ ମାନେ ଦାବି କରିଛନ୍ତି।ନଚେତ ଆଗାମୀ ଦିନରେ ନିହାର ଙ୍କ ବିରୁଦ୍ଧରେ ଏକ ବଡ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।