(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜନତା ଦଳ ୟୁନାଇଟେଡ (ଜେଡିୟୁ) ମୁଖ୍ୟ ନିତିଶ କୁମାର ଏନଡିଏ ସରକାରରେ କ୍ଷୁଦ୍ର ଭାଗିଦାରୀ ମଞ୍ଜୁର କରିବାକୁ ମନା କରିଦେଇଥିଲେ ମଧ୍ୟ ଏନଡିଏରେ ରହି ସରକାରକୁ ସମର୍ଥନ କରିବେ । ସେ ପାଟନା ଫେରିବା ପରେ ଏହା କହିଛନ୍ତି।
ନିତିଶ ଆହୁରି କହିଛନ୍ତି, ମନ୍ତ୍ରୀମଣ୍ଡଳରେ ସିଟ ବଣ୍ଟନକୁ ନେଇ ଆଲୋଚନା ପାଇଁ ବିଜେପି ଅଧ୍ୟକ୍ଷ ଅମିତ ସାହା ତାଙ୍କୁ ଡାକିଥିଲେ । ସେଠାରେ ପହଞ୍ôଚବା ବେଳେ ବିଜେପି ସମସ୍ତ ସହଯୋଗୀ ଦଳକୁ ଗୋଟିଏ କରି ସିଟ ଦେବା ପ୍ରସ୍ତାବ ଦେଇଥିଲେ । ସେଠାରେ ଭୂପିନ୍ଦ୍ର ଯାଦବ ମଧ୍ୟଥିଲେ । ବିଜେପି ପୂର୍ଣ୍ଣ ବହୁମତ ହାସଲ କରିଥିବାରୁ ଏନଡିଏର ସହଯୋଗୀ ଦଳକୁ ସାଂକେତିକ ରୂପେ ପ୍ରତିନିଧିତ୍ୱ ସୁଯୋଗ ଦେଇଛି । ତେଣୁ ଏହି ସାଂକେତିକ ପ୍ରତିନିଧିତ୍ୱ ର ଆବଶ୍ୟକ ନ ଥିବା କହିଛନ୍ତି ନିତିଶ । ବିକ୍ରମଙ୍କ ଅନୁଯାୟୀ, ଭାଗିଦାରୀ ଆନୁପାତିକ ହେବା ଆବଶ୍ୟକ । ଏହା ପରେ କେନ୍ଦ୍ରରେ ସାମିଲ ହେବାକୁ ନିତିଶ ମନା କରି ଦେଇଛନ୍ତି ।