(ଜ୍ୟୋତିରଞ୍ଜନ ଧର )କଣିହାଁ : ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ଲୋକ ପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । କେବଳ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ନୁହେଁ । ସମଗ୍ର ଓଡିଶାର ବିକାଶ ଓ ପ୍ରଗତି ପାଇଁ ଶ୍ରୀଯୁକ୍ତ ସାହୁ ସାଂସଦ ରୂପେ ନିର୍ବାଚିତ ପର ଠାରୁ ଦିଲ୍ଲୀ ଦରବାରରେ ଓଡିଶାବାସୀଙ୍କ ସ୍ୱାର୍ଥ ସଠିକ ଢଙ୍ଗରେ ଉପସ୍ଥାପନା କରିଆସୁଛନ୍ତି । ଏନେଇ କେବଳ ଶାସକ ବିଜେଡି କର୍ମକର୍ତ୍ତା ନୁହଁନ୍ତି ଖୋଦ ବିରୋଧୀ ଦଳ କମ୍ୟୁନିଷ୍ଟ, ବିଜେପି ଓ କଂଗ୍ରେସ ଦଳୀୟ କର୍ମକର୍ତ୍ତା ଶ୍ରୀଯୁକ୍ତ ସାହୁଙ୍କର କାର୍ଯ୍ୟଶୈଳୀ କୁ ନେଇ ବିଭିନ୍ନ ମହଲରେ ସବୁଠି ଭୂଇୟସୀ ପ୍ରଶଂସାର ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । କିନ୍ତୁ ପରିତାପର ବିଷୟ ଚୋରକୁ ଅଭିମାନ କରି ଖପରାରେ ଖାଇଵା ଭଳି ଅନୁଗୁଳ ଜିଲ୍ଲାର କିଛି ସ୍ୱାର୍ଥପର ଦଳୀୟ କର୍ମୀ କିଭଳି ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଦୂରତ୍ୱ କରାଯିବା ଏହି ଷଡ଼ଯନ୍ତ୍ର ନାପସନ୍ଦ କରାଯାଇଛି । ଅନୁଗୁଳ ଜିଲ୍ଲା ବିଜେଡି ର ଏକ ଗୋଷ୍ଠୀ ଶ୍ରୀଯୁକ୍ତ ସାହୁଙ୍କର ଲୋକପ୍ରିୟତା ତଥା ଦବାଦବକୁ ସହଜରେ ହଜମ ନକରିପାରି ଏଭଳି କୁସ୍ଚିତ କାର୍ୟ୍ୟରେ ଲିପ୍ତ ଥିବା ଜଣାପଡିଛି । ଏଣୁ ସରକାରୀ ପୋଗ୍ରାମରେ ଜାଣିଶୁଣି ଯୋଜନାବଦ୍ଧ ଭାବରେ ଦୂରେଇ ରଖିବା ପାଇଁ ଚଳାଇଛନ୍ତି ସାଂଘାତିକ ଷଡଯନ୍ତ୍ର । ଦଳ ଭିତରେ ରହି ସେମାନଙ୍କର ଏଭଳି ଷଡଯନ୍ତ୍ର ଅଥବା ହୀନଉଦ୍ୟମ କୁ ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ନାପସନ୍ଦ କରାଯାଇଛି । ହେଲେ ସାଂସଦ ମହେଶ ସାହୁଙ୍କୁ ସାଧାରଣ ଜନତା ବିଶ୍ୱାସ, ଆସ୍ଥାଭାଜନ ମଣିବା ଏବଂ ଅନ୍ତରସହିତ ଭଲପାଇ ହୃଦୟ ରେ ଅଛନ୍ତି ବୋଲି ବରିଷ୍ଠ ନାଗରିକ ମତପ୍ରକାଶ କରିଛନ୍ତି । ସାଂସଦ ଶ୍ରୀଯୁକ୍ତ ସାହୁଙ୍କ ଆଦର୍ଶରେ ଅନୁପ୍ରାଣିତ ନହୋଇ ରାଜ୍ୟର ବିକାଶ ମୂଳକକାର୍ୟ୍ୟ କୁ ରୋକ ନିମନ୍ତେ ଅପଚେଷ୍ଟାକୁ ଆଉ ବରଦାସ୍ତ କରାଯିବ ନାହିଁ । ଷଡ଼ଯନ୍ତ୍ରକାରୀଙ୍କ ବିରୋଧ ରେ କଣିହାଁ, ପାଲଲହଡା, ତାଳଚେର, କାମାକ୍ଷାନଗର, ଢେଙ୍କାନାଳ, ପରଜଙ୍ଗ, ହିନ୍ଦୋଳ, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ ଆଦି ଅଞ୍ଚଳର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହେବା ନେଇ ଜଣାପଡିଛି । ରାଜ୍ୟର ପ୍ରଗତି ପାଇଁ ସଦାସର୍ବଦା ଚିନ୍ତନ କରୁଥିବା ଏବଂ ମାନସିକ ସ୍ଥଳେ ପ୍ରସ୍ତୁତ ଥିବା ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ପ୍ରତି ଷଡ଼ଯନ୍ତ୍ର ରୁ ନିବୃତ ରୁହନ୍ତୁ ବୋଲି କଣିହାଁ ବରିଷ୍ଠ ନାଗରିକମଞ୍ଚ ବୈଠକରେ ବୁଧବାର ଆଲୋଚନା ହୋଇଥିଲା । ଖାଲି ସେତିକି ନୁହେଁ ସାଂସଦଙ୍କ ଲୋକପ୍ରିୟତା କୁ ନେଇ ଅନ୍ୟ ପୋଡ଼ଶି ସଂସଦୀୟ କ୍ଷେତ୍ରକୁ ବ୍ୟାପୁଥିବାରୁ ଷଡ଼ଯନ୍ତ୍ରକାରୀଙ୍କ ହୋସ ଉଡ଼ିଗଲାଣି । ରାଜନୀତି ଠାରୁ ଦୁରେଇ ରଖିବା ତଥା ରାଜନୈତିକ କ୍ୟାରିୟର ରେ ରୋକ ଲଗାଇବା ହୀନପ୍ରୟାସର କୁସ୍ଚିତ ମାନସିକତା ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଚଳାଇଛି ଉଦ୍ୟମ । ନିର୍ଦ୍ଧିଷ୍ଟ ଗୋଷ୍ଠୀର ଏଭଳି ହୀନ ରାଜନୀତି କରି ଢେଙ୍କାନାଳ ଲୋକପ୍ରିୟ ସାଂସଦ ମହେଶଙ୍କୁ କୌଣସି ସରକାରୀ କାର୍ୟ୍ୟକ୍ରମ ରେ ସାମିଲ କରାଯାଉନଥିବା ଜଣାଯାଇଛି । ଏପରିକି ନାମ ଫଳକରେ ସାଂସଦଙ୍କ ନାମ ସୁଦ୍ଧା ରହୁନାହିଁ । ଗତ ଏକମାସ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୩ ପ୍ରମୁଖ ସରକାରୀ କାର୍ଯ୍ୟକ୍ରମ ରେ ସାମିଲ କରାଯାଏନାହିଁ । ସାଂସଦଙ୍କ ପ୍ରତି ଏଭଳି ଅଣଦେଖା କରିବାର ଅର୍ଥ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଣଦେଖା କରିବା ସହିତ ସମାନ । କାରଣ ଷଡ଼ଯନ୍ତ୍ରକାରୀ ମାନେ ଖୋଦ ବିଜେଡି ଦଳର ଏକ ଗୋଷ୍ଟିର କାର୍ଯ୍ୟକର୍ତ୍ତା ବୋଲି ସବୁଠି ଏବେ ଚର୍ଚ୍ଚା ହେଉଛି । ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଦଳରେ ଥିବା ଅପଦାର୍ଥ ମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ନଚେତ ଆଗକୁ ଦଳକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମହଲରେ ଆଲୋଚନା ହେଉଛି । ପ୍ରକାଶ ଥାଉକି, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତ ଭାଲୁକି ଛକ ଠାରେ ୮ ଜୁଲାଇ ରେ ନୂତନ ଭାବେ ବିଦ୍ୟୁତ ସଂଯୋଗୀ କରଣ ବେଳେ ନାମ ଫଳକରେ କେବଳ ବିଧାୟକ ମୁକେଶ ପାଲଙ୍କ ନାମଥିଲା ଏବଂ ସାଂସଦ ଶ୍ରୀଯୁକ୍ତ ସାହୁଙ୍କ ନାମ ବାଦ ଦିଆଯାଇଥିଲା । ଖାଲି ସେତିକି ନୁହେଁ ସାଂସଦଙ୍କୁ ମଧ୍ୟ୍ୟ ନିମନ୍ତ୍ରଣ କରାଗଲା ନାହିଁ । ତେବେ ଶ୍ରୀଯୁକ୍ତ ସାହୁ ବିଧାୟକ ଥିବା ବେଳେ ତାଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରନ୍ତି । ଉଦଘାଟନୀ ଉତ୍ସବ ସମୟରେ ସାଂସଦଙ୍କୁ ହୃଦୟର ସହ ଭଲପାଉଥିବା ପାଲଲହଡା ନିର୍ବାଚନ ମଣ୍ଡଳୀର ୫୫ ହଜାର ରୁ ଉର୍ଧ୍ଵ ଦଳୀୟ କର୍ମୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ୨ୟ କାର୍ୟ୍ୟକ୍ରମ ଟି ହେଲା ଜୁଲାଇ ୧୫ ରେ ଅନୁଗୁଳ ଜିଲ୍ଲା ମୂଖ୍ୟ ଡାକ୍ତରଖାନା ନୂତନ କାର୍ଯ୍ୟଳୟ ଜରା ଚିକିତ୍ସା ବିଭାଗ ଗୃହ ଉଦଘାଟନୀ ଉତ୍ସବ । ଏହାମଧ୍ୟ ସରକାରୀ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମକୁ ମଧ୍ୟ୍ୟ ସାଂସଦଙ୍କୁ ଡକାଗଲା ନାହିଁ । ଏପରିକି ନାମ ଫଳକରେ ନାମ ରଖାଗଲା ନାହିଁ । ଏନେଇ ସାଂସଦଙ୍କୁ ଭଲ ପାଉଥିବା ହଜାର ହଜାର ଲୋକେ ସିଡିଏମଓ ଙ୍କୁ ଦୃଷ୍ଟିକୁ ନେବାପରେ ରାତାରାତି ନାମଫଳକ ପରିବର୍ତ୍ତନ କରାଯାଇଥିଲା । ସେହିପରି ୩ୟ କାର୍ଯ୍ୟକ୍ରମ ଅର୍ଥାତ ୨ ଅଗଷ୍ଟ ରେ ଅନୁଗୁଳ ସହରରେ ‘ସିଟି ସର୍ଭେ ଲାନ୍ସ ସିଷ୍ଟମ ‘ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ମଧ୍ୟ୍ୟ ସାଂସଦଙ୍କୁ ଉପେକ୍ଷା କରାଗଲା । କିନ୍ତୁ ଲୋକପ୍ରିୟ ସାଂସଦଙ୍କୁ ଏଭଳି ଉପେକ୍ଷାକୁ ନେଇ ଦଳୀୟ କର୍ମୀ ମାନଙ୍କୁ ମର୍ମାହତ କରିଥିଲା । ଏଥିରେ ବିଚଳିତ ନହୋଇ ଲୋକଙ୍କୁ ସେବାକର । ଲୋକେ ପଛରେ ଅଛନ୍ତି ଆମ୍ଭର । ଜନତା ସମୟ ଆସିଲେ ଷଡ଼ଯନ୍ତ୍ର କାରୀଙ୍କୁ ଉଚିତ ଜବାବ ଦେଵେ । ଏକଜୁଟ ହୋଇ ଲୋକଙ୍କ ସମସ୍ୟା ବୁଝି କାମକର । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଜଣେ ଭି କେହି ବଞ୍ଚିତ ନହୁଅନ୍ତି ସେଭଳି କାମକରି ଚାଲ । ସାଂସଦ କର୍ମୀ ମାନଙ୍କୁ ଏଭଳି ପରାମର୍ଶ ଦେଥିଲେ । ସେହିପରି ଅନ୍ୟ ପାଇଁ ଯିଏ ଗର୍ତ୍ତ ଖୋଲିବ ସେହି ଗର୍ତ୍ତରେ ସେମାନେ ପଡିବେ ବୋଲି କୁହନ୍ତି ଲୋକପ୍ରିୟ ସାଂସଦ ମହେଶ ସାହୁ । ଯାହାହେଉନା କାହିଁକି ଦିନକୁ ଦିନ ଶ୍ରୀଯୁକ୍ତ ସାହୁଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି । ଅନୁଗୁଳ ଜିଲ୍ଲା ବିଜେଡି ର ଏକ ଗୋଷ୍ଠୀ ସହ୍ୟକରି ପାରୁନଥିବାରୁ ସେମାନଙ୍କ ମନରେ ସାଂସଦଙ୍କୁ ରୋକ ଲଗାଇବା ପାଇଁ ଏଭଳି ରୁଗଣମାନସିକତାର ପରିଚୟ ବୋଲି ସାଧାରଣରେ କୁହାଯାଇଛି ।