ସାକ୍ଷୀଗୋପାଳ ସିଂହଦ୍ୱାର ଠାରେ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ

0

(ଜୟନ୍ତ କୁମାର ସେଠୀ)ଗୋପ: ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ୨୩ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ପ୍ରତିଷ୍ଠା କରାଯାଇ ଥିବା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଗୋପବନ୍ଧୁ ଓ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର କାର୍ୟ୍ୟ ଓ ନବୀନ ପଟ୍ଟନାୟକଙ୍କ ଯୋଜନା ସମ୍ପର୍କେ ମତ ରଖିବା ସହ ବିରୋଧୀ ଦଳଙ୍କ ମନଗଡା କାହାଣୀ କଥା ଲୋକମାନେ ଜାଣି ସାରିଛନ୍ତି ବୋଲି କହିଥିଲେ ।୨୦୨୦ ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଜୁ ଜନତା ଦଳର ସମସ୍ତ କର୍ମୀ ମାନଙ୍କୁ ପରିବାର ସୁଖ ଶାନ୍ତି ରେ ରହୁ ବୋଲି ସାକ୍ଷୀଗୋପିନାଥଙ୍କୁ ଜଣାଇଥିଲେ । ସେହିପରି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ଆମେ ଗୋଟିଏ ପରିବାର ଆମ ପରିବାର ନାମ ହେଉଛି ବିଜୁ ଜନତା ଦଳ । ଜଣେ ଲୋକ ବା ପରିବାର ପାଇଁ ଘର, ଶିକ୍ଷା, ପାନୀୟ ଜଳ, ଆଲୋକ, ରାସ୍ତା, ଖାଦ୍ୟ ଏହାକୁ ପ୍ରତି ପରିବାର ପାଖରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ବ୍ଳକ ବିଜେଡି ସଭାପତି ପ୍ରାମୋଦ କୁମାର ରାଉତରାୟ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ବ୍ଳକ ଯୁବ ସଭାପତି ତନ୍ମୟ କୁମାର ପଣ୍ଡା , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ବିଜେଡି କର୍ମୀ ରାମଚନ୍ଦ୍ର ମହାନ୍ତି , ବ୍ଳକର ମହିଳା ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ, ମହିଳା ନେତ୍ରୀ କନକ ପଣ୍ଡା ଓ କଣାସ ବ୍ଳକର ଜନପ୍ରତିନିଧି ଓ ବିଜୁ ଜନତା ଦଳର କର୍ମୀ ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଏହି ପ୍ରତିଷ୍ଠା ଦିବସରେ ଯୋଗଦାନ କରିଥିଲେ ।