(ଜୟନ୍ତ କୁମାର ସେଠୀ/ ଗୋପ) : ପୁରୀ ଜିଲ୍ଲା ସତ୍ୟବାଦୀ ବଳପୁର ପଞ୍ଚାୟତ ଭାର୍ଗବୀ ନଦୀ ସାଗର ବୁଡ଼ ତୋଟାରେ ହକମାଗୁଛି ଓଡିଶା କାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଆଠଟି ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ଓ ତେତିସି ନମ୍ବର ଜୋନ ଜିଲ୍ଲା ପରିଷଦ ଧ୍ରୁବ ଚରଣ ଦାସ, ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ମାନ୍ୟବର ବିଧାୟକ ଉମାକାନ୍ତ ସାମନ୍ତ ରାୟ ବିଜୁ ଯୁବ ବାହୀନି, ୱାର୍ଡସଭ୍ୟ ଓ ସଭ୍ୟା ଅନେକ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
କେନ୍ଦ୍ର ସରକାର ଚାଷୀଙ୍କୁ ଧାନ କ୍ୟୁଣ୍ଟାଲ ପ୍ରତି ଦର ବୃଦ୍ଧି କରିବା ଓ ମହିଳାମାନେ ମାଗଣା ଗ୍ୟାସ ପାଇବା, ଆୟୂଷମାନ ସ୍ୱାସ୍ଥ୍ୟ ଯୋଜନା, ପେଟ୍ରୋଲ ଡିଜେଲ ଶସ୍ତା ଆଦି ସମସ୍ୟା ସଂପର୍କରେ ଅନୁଷ୍ଠିତ ହକ ମାଗୁଛି ଓଡ଼ିଶା କାର୍ୟ୍ୟକ୍ରମରେ ଆଲୋଚନା କରାଯାଇଥିଲା।