(ଉତ୍ତର ପ୍ରଦେଶ) ; ଇଏ ବି ଗୋଟେ ଲଭ୍ ଷ୍ଟୋରୀ । ଯାହାଉ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କଥାରେ ଅଛି ପ୍ରେମ ଅନ୍ଧ । ଆଉ ତାର ଏହି ଘଟଣା ହେଇଛି ଜ୍ୱଳନ୍ତ ଉଦାହରଣ । ବହୁ ଧୁମ୍ ଧାମ୍ ରେ ବାହାଘର ହେଲା । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ଏକାଠି ରହିବାକୁ ଶପଥ କଲେ । କିନ୍ତୁ ଅଧା ରାସ୍ତାରେ ଗାଡିରୁ ବାହାରି ପ୍ରେମିକ ସହ ଫେରାର ହେଲେ କନ୍ୟା । ଏମିତି ଏକ ରୋଚକ ପୁର୍ଣ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଦେବାରିଆ ଜିଲ୍ଲାରେ । ତେବେ ସମ୍ପୁର୍ଣ ଘଟଣା କିଛି ଏମିତି ଉତ୍ତରପ୍ରଦେଶର ଦେବାରିଆ ଜିଲ୍ଲାର ଖୁଖୁନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ବାହାଘର ଠିକ୍ ହୋଇଥିଲା । ନିକଟସ୍ଥ ଭଟନି ଗାଁର ଜଣେ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା। ଉଭୟ ପରିବାର ମିଶି ବିବାହ ପାଇଁ ତାରିଖ ଧାର୍ୟ୍ୟ କରିଥିଲେ । ଏବଂ ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ ହୋଇଥିଲା । କିନ୍ତୁ ଝିଅର ମନ ମାନିଲାନି । କନ୍ୟାର ଘର ଲୋକେ ଝିଅର ବିଦାୟି କଲେ କିନ୍ତୁ କିଛି ବାଟ ଯିବା ପରେ ଘଟିଲା ଏପରି ଘଟଣା । ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । କିଛିବାଟ ଯିବାପରେ ଅଧାରାସ୍ତାରେ ଗାଡ଼ି ଅଟକାଇଥିଲେ ନବବଧୂ । କାର୍ ଅଟକିବା ପରେ କାର୍ ନିକଟରେ ଆସି ଲାଗିଥିଲା ପ୍ରେମିକର ଗାଡ଼ି । କାର୍ରୁ ବାହାରି ପ୍ରେମିକ ସହିତ ଚମ୍ପଟ ମାରିଥିଲେ ନବବଧୂ । ସେପଟେ ବହୁ ସମୟ ଧରି ଅପେକ୍ଷା କରିବା ପରେ ବି ନବବଧୂ ଆଉ ଫେରିନଥିଲେ । ଶେଷରେ ଶିଶୁପାଳ ହେଲେ ବର ।