ସାଧାରଣ ଘର ନୁହେଁ ହ୍ୱାଇଟ ହାଉସ୍

0

ସାଧାରଣ ଘର ନୁହେଁ ହ୍ୱାଇଟ ହାଉସ୍ ।  ୧୩୨ଟି ରୁମ୍, ୩୨ଟି ବାଥରୁମ୍, ୪୧୨ଡୋର , ୮ଟି ସିଢୀ, ୩ଟି ଲିଫ୍ଟ, ୧୪୭ ଝରକା ବିଶିଷ୍ଟ ଏହା ବିଶ୍ୱର ସବୁଠୁ ଶକ୍ତିଶାଳି ଘର । ଆଉ ଯଦି ଏହାର ସୁରକ୍ଷାକୁ ଦେଖିବା  ଯେ, ନା ଏଠି ଗୋଳା ବାରୁଦ କାମ କରିବ ନା କୌଣସି ମିସାଇଲ୍ । ଏମିତି କି, ପରମାଣୁ ଆକ୍ରମଣରୁ ରକ୍ଷା ପାଇଁ ଏହି ଘରେ ରହିଛି ସିକ୍ରେଟ୍ ଚାମ୍ୱର ।

ଏହି ଘର ହେଉଛି ବିଶ୍ୱର ଶକ୍ତିଶାଳି ରାଷ୍ଟ୍ର, ଆମେରିକା ରାଷ୍ଟ୍ରପତିଙ୍କ ଠିକଣା । ଯାହାକୁ ହ୍ୱାଇଟ୍ ହାଉସ୍ କୁହାଯାଏ । ୧୮୦୦ ମସିହାରୁ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ରହିଆସିଥିବା ଏହି ଘର ସାରା ବିଶ୍ୱରେ ଲୋକଙ୍କ ପାଇଁ ଆକର୍ଷିତ ହୋଇଆସିଛି । ଯାହାକୁ ୧୯୦୧ରେ ତତ୍କାଳିନ ରାଷ୍ଟ୍ରପତି ଥିଓଡୋର୍ ରୁଜବେଲ୍ଟ ଏହାକୁ ହ୍ୱାଇଟ୍ ହାଉସ୍ ଭାବେ ନାମକରଣ କରିଥିଲେ । ୮ ଏକର ପରିବ୍ୟାପ୍ତ ହ୍ୱାଇଟ୍ କମ୍ପ୍ଲେକ୍ସରେ ୫୫୦୦୦ ବର୍ଗଫୁଟର ଫ୍ଲୋର୍ ରହିଛି ।  ଗାର୍ଡେନ୍, ସ୍ୱିମିଂ ପୁଲ୍, ଟେନିସ୍, ବାସକେଟ୍ ବଲ୍, ଜଗିଂ ଟ୍ରାକ୍, ସିନେମା ହଲ୍, ଜିମ୍ ଭଳି ଏଠାରେ ଅନେକ ସୁବିଧା ରହିଛି ।

ହ୍ୱାଇଟ୍ ହାଉସ ତଳେ ଦୁଇଟି ସୁଡଙ୍ଗ ଏବଂ ସିକ୍ରେଟ୍ ବଙ୍କର ରହିଛି । ଗୋଟିଏ ସୁଡଙ୍ଗ ଟ୍ରେଜେରୀ ବିଲ୍ଡିଂ ଆଡକୁ ଯାଉଥିବା ବେଳେ ଅନ୍ୟ ଟନେଲଟି ସାଉଥ୍ ଲେନରେ ବାହାରିଛି । ଯେଉଁଠି ମରାଇନ୍ ହେଲିକପ୍ଟର ପହଞ୍ଚିବାର ସୁବିଧା ରହିଛି । ରାଷ୍ଟ୍ରପତିଙ୍କ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଭାବେ ଏହି ବଙ୍କରକୁ ବ୍ୟବହାର କରାଯାଏ । କୌଣସି ବିପଦ ଆସିଲେ, କିମ୍ୱା ଆକ୍ରମଣର ସମ୍ଭାବନା ଥିଲେ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସେଠାରେ ସୁରକ୍ଷିତ ରଖାଯାଇଥାଏ ।

ହ୍ୱାଇଟ୍ ହାଉସ୍ ଭିତରେ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏଜେଣ୍ଟ, ଡଗ ସ୍କ୍ୱାର୍ଡ ପାଟ୍ରୋଲିଂ କରନ୍ତି । ହ୍ୱାଇଟ ହାଉସର ୨୪ କିଲୋମିଟର ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । ଅର୍ଥାତ୍ ୨୪ କିମି ଭିତରେ କୌଣସି ବିମାନ କି ଡ୍ରୋନ୍ ଉଡି ପାରିବ ନାହିଁ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୧୩୦୦ ଯବାନ ନିୟୋଜିତ ହୋଇ ରହିଥାନ୍ତି । ୟୁଏସର ସିକ୍ରେଟ୍ ସର୍ଭିସ୍ ହାତରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଭାର ରହିଛି ।