(ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର) : ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଆତଙ୍କ ଏବେ ରାଜ୍ୟସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ପଡିଥିବା ଦେଖାଦେଇଛି । କରୋନା ସଂକ୍ରମଣର ଭୟକୁ ଏଡାଇବା ପାଇଁ ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନକୁ ସାଧାରଣ ଲୋକଙ୍କ ଯିବା ଆସିବାକୁ ବାରଣ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ କୌଣସି ସାଧାରଣ ଲୋକ ଏହି ସରକାରୀ ଦପ୍ତରକୁ ଯାଇପାରିବେ ନାହିଁ। ଅତି ଆବଶ୍ୟକ ହେଲେ ନିର୍ଦ୍ଧିଷ୍ଟ ଅଫିସରଙ୍କଠାରୁ ଅନୁମତି ପାଇ ଲୋକମାନେ ଏହି ଦପ୍ତରରେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି । ବିଭିନ୍ନ ସରକାରୀ କାମରେ ପ୍ରତିଦିନ ଅନେକ ଲୋକ ଏହି ସରକାରୀ ଦପ୍ତରକୁ ଆସିଥାନ୍ତି। ଏପରି ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଅଛି। ତେଣୁ ଏହାକୁ ଆଖି ଆଗରେ ରଖି ସମସ୍ତ ଭିଜିଟର ପାସକୁ ଜୁଲାଇ ୩୧ ପର୍ୟ୍ୟନ୍ତ ରଦ୍ଧ କରିଦିଆଯାଇଛି।