ସାନ୍ତାଳମାନେ ବଡଧୁମଧାମରେ ପାଳନ କରିଛନ୍ତି ସାଲାଇ ପର୍ବ

0

( ପ୍ରଶାନ୍ତ ସ୍ୱାଇଁ / ପାରଦ୍ୱୀପ ): ଭୁଲି ନାହାଁନ୍ତି ନିଜର ପରମ୍ପରା ଓ ସଂସ୍କୃତିକୁ । ନିଜ ଭିଟାମାଟିରୁ ଦୂରରେ ରହି ମଧ୍ୟ ସମସ୍ତ ସାନ୍ତାଳ ଭାଇ ଭଉଣୀ ମାନେ ଗୋଟିଏ ଜାଗାରେ ଏକତ୍ର ହୋଇ ବଡ ଧୁମଧାମରେ ପାଳନ କରିଥାନ୍ତି ସାଲାଇ ପର୍ବ । ନୁଆ ବର୍ଷର ଆଗମନରେ ନୁଆ ଫୁଲ , ନୁଆ ଫଳ ଓ ନୁଆ ବସ୍ତ୍ର ଦେଇ ପୁଜାର୍ଚ୍ଚନା କରିଥାନ୍ତି ମାରାମବୁରୁଙ୍କୁ । ଏଭଳି ନିଆରା ପର୍ବ ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ବାଉରିଆ ପାଳନ୍ଦା ବସ୍ତିରେ ।
ବନ୍ଦର ନଗରୀ ପାରାଦୀପରେ ଅନେକ ଭାଷାଭାଷିର ଲୋକମାନେ ରହିଆସୁଛନ୍ତି । ସେହିପରି ଦିର୍ଘବର୍ଷ ହେବ କର୍ମ ଅନେଶ୍ୱଣରେ ନିଜ ନିଜର ଭିଟାମାଟି ଛାଡି ଆଦିବାସୀ ଲୋକମାନେ ପାରାଦୀପରେ ରହିଆସୁଛନ୍ତି । ପାରାଦୀପ ଉପକଣ୍ଠ ବାଉରିଆ ପାଳନ୍ଦାରେ ନିଜର ପରିବାର ନେଇ ବେଶ୍ ହସ ଖୁସିରେ ରହି ଆସୁଥିବାବେଳେ ବର୍ଷକରେ ଗୋଟିଏ ଦିନ ସମସ୍ତେ ଏକତ୍ର ହୋଇ ବଡ ଧୁମଧାମରେ ପାଳନ କରନ୍ତି ପାରମ୍ପରିକ ସାଲାଇ ପର୍ବ । ନୁଆ ବର୍ଷର ଆଗମନରେ ନିଜ କୁଳ ଦେବତା ମାରାମବୁରୁଙ୍କୁ ନୁଆ ଫୁଲ , ନୁଆ ଫଳ ଓ ନୁଆ ବସ୍ତ୍ର ସମର୍ପଣ କରି ପୁଜାର୍ଚ୍ଚନା କରିଥାନ୍ତି । ନୁତନ ବର୍ଷରେ କିଛି କାମ କରିବା ପୁର୍ବରୁ ଯଦି ନିଜର କୁଳ ଦେବତାଙ୍କୁ ପ୍ରଥମେ ନୁତନ ବସ୍ତ୍ର , ଫଲ , ପୁସ୍ପ ଦେଇ ପୁଜା କରାଯାଏ ତେବେ ଆଗାମି ଦିନ ମାନଙ୍କରେ ସେମାନଙ୍କର ଉନ୍ନତି ହେବା ସହିତ ନିଜର ଜୀବନ ସୁଖମୟ ହୋଇପାରିବବୋଲି ବିଶ୍ୱାସ ରହିଛି । ତା ଛଡା ପ୍ରତିବର୍ଷ ହୋଲି ପର୍ବ ପୂର୍ବରୁ ଏହି ପର୍ବକୁ ବଡ ଧୁମଧାମରେ ପାଳନ କରାଯାଉଥିବା ବେଳେ କେବଳ ପାରାଦୀପରେ ରହୁଥିବା ସାନ୍ତାଳ ଭାଇଭଉଣୀ ମାନେ ନୁହଁନ୍ତି ଏହି ପର୍ବରେ ସାମିଲ ହେବାପାଇଁ ରାଜ୍ୟରେ ଥିବା ବିଭିନ୍ନ ଜିଲ୍ଲାରୁ ମଧ୍ୟ ସାନ୍ତାଳ ଭାଇଭଉଣି ମାନେ ଆସିଥାନ୍ତି । ଏଭଳି ନିଆରା ପର୍ବକୁ ଦେଖିବାପାଇଁ ଲୋକମାନଙ୍କର ମଧ୍ୟ ଭିଡ ଲାଗିଥାଏ ।