(ରଜନୀକାନ୍ତ ପାତ୍ର)ହିଞ୍ଜିଳିକାଟୁ: ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମଞ୍ଜୁଳା ସେଠୀ(୩୮) ନାମକ ଜଣେ ମହିଳା ଚାଷ ଜମିରୁ କାମ ସାରି ଘର କୁ ଫେରିବା ବେଳେ କୌଣସି ବିଷାକ୍ତ ସାପ କାମୁଡିବା ଫଳରେ ସେ ଘଟଣାସ୍ଥଳ ରେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ମଞ୍ଜୁଳାଙ୍କୁ ମେଡିକାଲ ନେବା ପାଇଁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିବା ବେଳେ ଆମ୍ବୁଲାନ୍ସ ଆସିନଥିବାରୁ ଗ୍ରାମବାସୀ ସଙ୍ଗେ ସଙ୍ଗେ ଅଟୋ ସାହାଯ୍ୟ ରେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନେବା ବେଳେ ବାଟ ରେ ଜୀବନ ଯାଇଥିବା ଆତ୍ମୀୟ ଓ ଗ୍ରାମବାସୀ କହିଛନ୍ତି। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରହିଛି।ପରିତାପର ବିଷୟ ଯେ ଖୋଦ ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଘଟଣ ବେଳେ ଆମ୍ବୁଲାନ୍ସ ନଆସିବା ଘଟଣା କୁ ଗ୍ରାମବାସୀ ବିରୋଧ କରିଛନ୍ତି।