(ରିପୋର୍ଟରସ ଟୁଡେ) ଭୁବନେଶ୍ୱର: ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ଦ୍ଦେଶକ ପ୍ରିୟନନ୍ଦନ କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିର ବିବାଦ ପ୍ରସଙ୍ଗରେ ସୋଶାଲ୍ ମିଡିଆରେ ମନ୍ତବ୍ୟ ଦେଇ ଗୋବର ମାଡ ଖାଇଛନ୍ତି । ଦକ୍ଷିଣପନ୍ଥୀ ସଂଗଠନ ଶୁକ୍ରବାର ସକାଳେ ତାଙ୍କ ଉପରେ ଗୋବର ମାଡ଼ କରିଛି। ପ୍ରିୟନନ୍ଦନଙ୍କ ଘର ନିକଟରେ ହିଁ ଏଭଳି ଘଟଣା ଘଟିଛି।
ସୂଚନାରୁ ପ୍ରକାଶ, ଅ।।ଜି ସକାଳେ ପ୍ରିୟନନ୍ଦନ ଘରୁ ବାହାରି କିଛି ବାଟ ଚାଲି ଚାଲି ଯିବା ସମୟରେ ବାମପନ୍ଥୀ ଗୋଷ୍ଠୀର କିଛି ଲୋକ ତାଙ୍କୁ ମାଡ ମାରିବା ସହ ସୋସିଆଲ ମିଡିଆରେ ତାଙ୍କ ମତକୁ ନେଇ ଗାଳିମନ୍ଦ କରିଥିଲେ ଓ ତାଙ୍କ ଉପରେ ଗୋବର ଢାଳିଦେଇଥିଲେ । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୦୬ରେ ୫୩ ବର୍ଷୀୟ ପ୍ରିୟନନ୍ଦନ ତାଙ୍କ ଦ୍ୱିତୀୟ ଫିଲ୍ମ ପୁଲିଜନ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ।