(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆଜି ପୂର୍ବାହ୍ନରେ ତେଲେଙ୍ଗାନାର କଚେଗୁଡା ଷ୍ଟେସନଠାରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଏହି ଧକ୍କା ଏମଏମଟିଏସ୍ ଏବଂ ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଜଣାଯାଇଛି । ଏଥିରେ ୧୩ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାଉଥ ସେଣ୍ଟ୍ରାଲ ରେଳ ଅଧିକାରୀ ।
ସୂଚନାନୁସାରେ ଉଭୟ ଟ୍ରେନର ଗତି ଧୀର ଥିବାରୁ ଧକ୍କାର ପରିଣତି ବିଶେଷ ବିଶେଷ ଭୟାବହ ହୋଇନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳବାଇ କର୍ତ୍ତୁପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚୁଥିବାର ଜଣାଯାଇଛି ।