ସାମ୍ବାଦିକଙ୍କ ସୁରକ୍ଷା ଦାବି କଲା ଟ୍ରାନ୍ସଜେଣ୍ଡର ଟ୍ରଷ୍ଟ

0

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଗଣମାଧ୍ୟମ ସାମ୍ବାଦିକଙ୍କୁ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଏବଂ ତାପରେ ଫିଲ୍ମ ଷ୍ଟାଇଲରେ କ୍ଷମା ମାଗିବାର ଭିଡ଼ିଓ ସେୟାର କରିଥିଲେ । ତାଙ୍କର କ୍ଷମା ପ୍ରାର୍ଥନା କରିବା ଶୈଳୀ ଏକ ଭିନ୍ନ ଧରଣର ଥିଲା । ତାକୁ ପ୍ରତିବାଦ କରି ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ କରାଯାଉଛି । ଅନୁଭବ ଯେଉଁଭଳି କ୍ଷମା ପ୍ରାର୍ଥନା କରିଛନ୍ତି ଆଦୈା ଗ୍ରହଣୀୟ ନୁହେଁ ବୋଲି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ସଭାପତି ମେନକା ପ୍ରତିକ୍ରିୟା ଦେଇଛନ୍ତି । ସର୍ବସମ୍ମୁଖରେ ଅନୁଭବ ମହାନ୍ତି ସାମ୍ବାଦିକଙ୍କୁ କ୍ଷମା ମାଗନ୍ତୁ । ଏହା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ ଆଣନ୍ତୁ ବୋଲି ଦାବୀ କରିଛି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ।
ଗତ ୫ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିରେ । ଏପରିକି ଗାଳିଗୁଲଚ ମଧ୍ୟ କରିଥିଲେ । ଏହା ସହ ଅନୁଭବ ମହାନ୍ତି ସାମ୍ବାଦିକଙ୍କ ବୁମ୍ ଡେଲିବା ସହ ଘୋଷାଡ଼ି ନେଇ ତାଚ୍ଛଲ୍ୟ କରିବା ସହ ତାଳି ମଧ୍ୟ କାରିଥିଲେ । ଯାହାକୁ ନେଇ ଚାରିଆଡ଼େ ବିରୋଧର ସ୍ୱର ଉଠିବାରେ ଲାଗିଛି ।