ସାମ୍ବାଦିକ ଜମାଲ ଖାସୋଗୀ ହତ୍ୟା ମାମଲାରେ ଦୋଷୀଙ୍କୁ ସଜ୍ଜା

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ସାଉଦି ଆରବରେ ନିଯୁକ୍ତ ୱାଶିଂଟନ୍‌ ପୋଷ୍ଟ ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ଅଭିଯୋଗରେ ୫ଜଣଙ୍କୁ ଫାଶୀ ଓ ଅନ୍ୟ ତିନି ଜଣଙ୍କୁ ୨୪ବର୍ଷ କାରାଦଣ୍ଡାଦେଶ ହୋଇଛି । ଏହି ମାମଲାରେ ମୋଟ ୧୧ ଅଜ୍ଞାତ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହୋଇଥିଲେ । ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ୫ଜଣଙ୍କୁ ଦୋଷୀ କରାଯାଇଥିବା କହିଛନ୍ତି ସାଉଦିଆରବ ବିଚାରପତି। ଏହି ହତ୍ୟାକାଣ୍ଡ ପାଇଁ ସାଉଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ ନିଜକୁ ଦାୟୀ କରି ‘ମୋ ତତ୍ତ୍ବାଧାନରେ ହତ୍ୟା କରାଯାଇଛି’ ବୋଲି କହିଥିଲେ ମଧ୍ୟ ତାଙ୍କ ପ୍ରତି କୌଣସି ଦଣ୍ଡବିଧାନ ହୋଇ ନାହିଁ। । ୨୦୧୮ ଅକ୍ଟୋବରରେ ଖାସୋଗୀଙ୍କୁ ତୁର୍କୀର ଇସ୍ତାନବୁଲ ଦୂତାବାସରେ ହତ୍ୟା କରାଯାଇଥିଲା। ଏମିତିକି ତାଙ୍କ ମୃତଦେହ ମଧ୍ୟ ଏଯାବତ ମିଳିନାହିଁ । ରାଜ ଦରବାରର ଗଣମାଧ୍ୟମ ମୁଖ୍ୟ ସାଉଦ ଅଲ-କାତାନିଙ୍କ ପରାମର୍ଶକ୍ରମେ ସାଉଦି ଆରବ ଗୁଇନ୍ଦା ବିଭାଗର ଉପ-ମୁଖ୍ୟ ଅହମ୍ମଦ ଅଲ୍‌-ଆସିରୀ ଏହି ଘଟଣା ପ୍ରତ୍ୟକ୍ଷ କରିଥିଲେ ମଧ୍ୟ ପ୍ରମାଣ ଅଭାବରୁ ସେମାନଙ୍କୁ ଅଭିଯୋଗମୁକ୍ତ କରାଯାଇଛି।