(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା।ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସମୀକ୍ଷା ସୀମା ଦାସ, ବିଡ଼ିଓ ସୁନାକର ଶର୍ମା, ବ୍ଲକ ଅଧ୍ୟକ୍ଷ ମଙ୍ଗଲ ସିଙ୍ଗ, ଉପାଧ୍ୟକ୍ଷ ପଦ୍ମିନୀ ସିଙ୍ଗ, ସରକାରୀ ଯନ୍ତ୍ରୀ ଅରୁଣ ପ୍ରକାଶ ଟେଟେ,ଏପିଓ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଭୁବନେଶ୍ୱର ମହାନ୍ତି, ରବିନାରାୟଣ ନାଏକ ,ବ୍ଲକ ସାମାଜିକ ସମୀକ୍ଷକ ପ୍ରକାଶ ବାରିକଙ୍କ ସମତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ସରକାରୀ କର୍ମଚାରୀ ଓ ବ୍ଲକର ଭିଆଇପି ମାନେ ଯୋଗ ଦେଇଥିଲେ।ବିଭିନ୍ନ ପଞ୍ଚାୟତରେ କାର୍ୟ୍ୟକାରୀ ହୋଇଥିବା ମନରେଗା କାର୍ୟ୍ୟକ୍ରମ ଗୁଡିକର ଆପତ୍ତି ଅଭିଯୋଗ ଶୁଣାଣୀ କରାଯାଇଥିଲା। କେତେକ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅନିୟମିତତା କରାଯାଇ ଅଯୋଗ୍ୟ ବ୍ୟକ୍ତି ଙ୍କୁ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା।ଏହି ସମସ୍ତ ବିଷୟରେ ଉପଜିଲ୍ଲାପାଳ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।