(ତାରାକାନ୍ତ ନାୟକ /ସାଲେପୁର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ସାଲେପୁର ଥାନାରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହ ଲିଖିତ ଏତଲା ଦିଆଯାଇଛି। ଯଦି ସମସ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଯାଏ ତେବେ ଅଗାମି ଦିନରେ ପ୍ରତିବାଦ ଜୋରଦାର ହେବା ସହ ସାଲେପୁର ସହରରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରିବା ସହ ସହରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯିବ ବୋଲି କଂଗ୍ରେସ ଯୁବନେତା ଶିବୁବେହେରା,ପୂର୍ବତନ ଜିଲ୍ଲା କଂଗ୍ରେସ ସଭ୍ୟ ହରେକୃଷ୍ଣ ବେହେରା, ଚିତ୍ତରଞ୍ଜନ ରାଉତରାୟ, ବୁଟୁ କର,ବିଶ୍ୱଜିତ ଭୂୟାଁ ପ୍ରମୁଖ କହିଛନ୍ତି।