ସାଲେପୁର ବିଧାୟକଙ୍କ ଦ୍ୱାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ତିନି ଚକିଆ ସାଇକଲ ବଣ୍ଟନ

0

(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ସାଲେପୁର ଶିକ୍ଷାମଣ୍ଡଳ ପକ୍ଷରୁ ସାଲେପୁର ଅଂଚଳର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା ଉପକରଣ ବଣ୍ଟନ କରାଯାଇଛି।ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକର୍ମରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ତିନି ଚକିଆ ସାଇକଲ ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସହଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ,ବିଳାସିନୀ ବାହିନୀପତି, ଚନ୍ଦ୍ରାଦେଇପୁର ସରପଞ୍ଚ ଅନୀଲ କୁମାର ଦାସ, ବାଲିସାହି ସରପଞ୍ଚଙ୍କ ପ୍ରତିନିଧି ଜୟରାମ ବେହେରା,ନବକିଶୋର କର, ବିରଞ୍ଚି ନାରାୟଣ କର,ସୋମ୍ୟରଂଜନ ମଲ୍ଲ,ଅଶ୍ୱନୀ ଦାସ,ସି, ଆର, ସି,ସି ଅନ୍ତର୍ୟ୍ୟାମି ଭୋଳ, ପ୍ରମୁଖ ଉପସ୍ଥିତ ଥିଲେ। ୫ଦିନ ଧରି ଏହି ବ୍ଲକର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସାଲେପୁର ବ୍ଲକ ପରିସରରେ ବଣ୍ଟନ କରାଯିବ।