(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଆଜି ଖଣ୍ଡଗିରି ଥାନା ଅଧୀନ ଭରତ ପୁର ଅଞ୍ଚଳର ଗିରିଜା ବିହାରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକର ନାମ ସାରୁଖ ରାଜା (୨୩) । ପିତା- ଏମଡି ସକିଲ, ଘର ଝୁମ୍ପୁରା, କେନ୍ଦୁଝର । ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି ।
ସୂଚନା ଅନୁଯାୟୀ, ଭରତପୁରର ଗିରିଜା ବିହାରରେ ରାଜା ଏକ ଘର ଭଡାନେଇ ୩ ବର୍ଷ ହେବ ରହିଆସୁଥିଲା । ସେ ଏମବିଏ ଶେଷ କରିବା ପରେ ଚାକିରି ପାଇଁ ପ୍ରସ୍ତୁତି କରୁଥିଲା । କିଛି ମାସ ହେବ ରାଜାର ଜଣେ ମାଉସୀ ପୁଅ ଭାଇ ମତ ସିଂ ବିର୍ଲା ତା ପାଖରେ ରହୁଥିଲା । ଉଭୟ ସକାଳ ୧୦ଟାରେ ଉଠି ବାହାରୁ ଜଳଖିଆ ଆଣି ଖାଇଥାନ୍ତି । ଆଜି ବିର୍ଲା ୧୦.୩୦ରେ ଉଠି ରାଜାକୁ ପାଇ ନ ଥିଲା । ସେ ଭାବିଲା, ସବୁଦିନ ପରି ରାଜା ହୁଏତ ଜଳଖିଆ ପାଇଁ ଯାଇଥିବ । କିନ୍ତୁ ସେ ଘର କବାଟ ଖୋଲି ଦେଖେ ସିଡିର ଗ୍ରିଲରୁ ରାଜା ଦୌଡି ଦେଇଦେଇଛି । ଖବର ପ୍ରଚାର ହେବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା । ଖବର ଲେଖା ଯିବା ବେଳକୁ ପିସିଆର ପହଂଚିଥିବା ବେଳେ କିନ୍ତୁ ପୁଲିସ ପହଂଚିନଥିବା ସୂଚନା ଦେଇଛନ୍ତି ଆମ ରିପୋର୍ଟର ।