(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ପଞ୍ଜାବର ପୁର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏବେ ସ୍ୱର ଉତ୍ତୋଳନ ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ ରହିଛି ହରିୟାଣା ବିଧାନସଭା ନିର୍ବାଚନ । ଏବେ ହରିୟାଣା କଂଗ୍ରେସର ବହୁ ବରିଷ୍ଠ ନେତା ସିଦ୍ଧୁ ନିର୍ବାଚନ ପ୍ରଚାରରେ ଭାଗ ନିଅନ୍ତୁ ବୋଲି ଚାହୁଁ ନାହାନ୍ତି । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପାକ୍ ସେନା ମୁଖ୍ୟଙ୍କ ପ୍ରତି ଥିବା ତାଙ୍କ ପ୍ରୀତିଭାବ ତାଙ୍କ ପାଇଁ ଏବେ କାଳ ସାଜିଛି । ଏହା କଂଗ୍ରେସର ରାଷ୍ଟ୍ର ବିରୋଧୀ ଛବି ଉପରେ ପ୍ରଭାବ ପକାଇବ ମନେକରି କଂଗ୍ରେସ ନେତାମାନେ ହରିୟାଣା ନିର୍ବାଚନରେ ସିଦ୍ଧୁଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ଦେଖିବାକୁ ଚାହୁଁ ନାହାନ୍ତି ।
ସୁଚନାଯୋଗ୍ୟ,ପୁର୍ବରୁ ଲୋକସଭା ନିର୍ବାଚନ ସମୟରେ ରୋହତକରେ ସିଦ୍ଧୁଙ୍କ ଜନସଭାରେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦିଆଯିବା ସହ ଚପଲ ମାଡ ହୋଇଥିଲା । ଏଥିଯୋଗୁଁ କଂଗ୍ରେସକୁ ରୋହତକ ଆସନ ହରାଇବାକୁ ପଡିଥିଲା ବୋଲି ହରିୟାଣା କଂଗ୍ରେସର ଜଣେ ନେତା କହିଛନ୍ତି ।