(ଶିଳାସ୍ମିତା ରାୟ) ଭୁବନେଶ୍ୱର: କେରଳ ପୋଲିସ ମୁଖ୍ୟ ସିପିଆଇ(ଏମ) ଅଫିସ ଉପରେ ଚଢାଉ କରିଥିବା ଆଇପିଏସ୍ ଅଧିକାରୀ ଚିତ୍ରା ଟେରେସା ଜନଙ୍କୁ ଜବାବ ତଲବ କରିଛି । ଚଢାଉକୁ ନେଇ ଚିତ୍ରାଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିବା ଖବର ମିଳୁଛି ।
ସୂଚନା ମୁତାବକ, ବୁଧବାର ଦିନ ମେଡିକାଲ କଲେଜ ପୋଲିସ ଷ୍ଟେସନ ଉପରେ କିିଛି ଡିୱାଇଏଫଆଇର କର୍ମୀ ଆକ୍ରମଣ କରିଥିଲେ । ପୂର୍ବରୁ ଏହି ପୋଲିସ ଷ୍ଟସନରେ ଶିଶୁ ଯୌନ ନିରୋଧ ଆଇନ (ପିଓଏସସିଡ) ବଳରେ ଦୁଇ ଅବରାଧିଙ୍କୁ ଅଟକ କରାଯାଇଥିଲା । ସେମାନଙ୍କୁ ଭେଟିବାକୁ ଡିୱାଇଏଫଆଇର କର୍ମଚାରୀ ଆସିଥିଲେ । ପୋଲିସ ସେମାନଙ୍କୁ ଉକ୍ତ ଅଭିଯୁକ୍ତଙ୍କୁ ଭେଟିବାକୁ ନ ଦେବାକୁ ନେଇ ବଚସା ହୋଇଥିଲା । ବଚସା ପରେ ହାତାହାତିରେ ପହଞ୍ôଚଥିଲା ଓ କର୍ମଚାରୀମାନେ ଥାନା ଉପରକୁ ପଥର ଫିଙ୍ଗିଥିଲେ । ଏହାକୁ ନେଇ ପୋଲିସ ଡିୱାଇଏଫଆଇ କର୍ମୀଙ୍କୁ ଗିରଫ କରିଥିଲାବେଳେ କିଛି ସେଠାରୁ ଖସି ଯାଇଥିଲେ ।
ଏହି ଘଟଣାରେ ତିରୁଭରନ୍ଦପୁରମସ୍ଥ ସିପିଆଇଏମ ଅଫିସରେ ଉକ୍ତ ଆକ୍ରମଣକାରୀ ଲୁଚିଥିବା ସୂଚନା ପାଇ ଡିସିପି ଚିତ୍ରା ଟେରେସାଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଥିଲା । ପାର୍ଟି ଅଫିସ ଉପରେ ହୋଇଥିବା ଚଢାଉ ବିରୋଧରେ ଦଳର ଜିଲ୍ଲା ପ୍ରଭାରୀ ଅଭିଯୋଗ କରିଥିଲେ ।
ଏହାପରେ ଚିତ୍ରାଙ୍କୁ କ୍ୟାନଣ୍ଟନମେଣ୍ଟର ମହିଳା ବିଭାଗର ଏସପି ଭାବେ ସ୍ଥାନାନ୍ତର କରାଯାଇଥିବାକୁ ନେଇ ବିଭିନ୍ନ ଖବରକାଗଜରେ ଖବର ଆସିବା ପରେ କମିଶନର ଏସ୍ ସୁରେନ୍ଦ୍ରନ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି କି ଚିତ୍ରାଙ୍କୁ ସ୍ଥାନାନ୍ତର କରାଯାଇନାହିଁ । କିନ୍ତୁ ଡିସିପି ଆଦିତ୍ୟ ସାବରୀମାଳା ଘଟଣାରେ ନିଯୁକ୍ତ ଥିବାରୁ ଚିତ୍ରାଙ୍କୁ ତାଙ୍କ ଦାୟିତ୍ୱ ଅତିରିକ୍ତ ଭାବେ ପ୍ରଦାନ କରାଯାଇଛି । ଆଦିତ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଅତିରିକ୍ତ ଦାୟିତ୍ୱରୁ ଅବସର ନେବେ ।