ସିବିଆଇ ତଦନ୍ତ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୌମ୍ୟଙ୍କ ବାପା
କଟକ (ଜଗନ୍ନାଥ ମହାନ୍ତି): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବାପା ଅଭିରାମ ମହାପାତ୍ର । ପାରଳାଖେୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ଵାଇଁ ଏବଂ ଓଆଇସି ମମତା ପଣ୍ଡା କ୍ରାଇମ ସିନରୁ ଅନେକ ପ୍ରମାଣ ନଷ୍ଟ କରିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଘଟଣା ଦିନ ରାତିରେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ସେମାନେ ଅଟକାଇ ଥିଲେ। ଓଡ଼ିଶା ପୋଲିସ ଓ ତଦନ୍ତକାରୀ ସଂସ୍ଥା ଘଟଣା ଉପରୁ ପରଦା ଉଠାଇ ପାରିବେ ନାହିଁ କି ଆମକୁ ନ୍ୟାୟ ଦେଇ ପାରିବେ ନାହିଁ ବୋଲି କହିଛନ୍ତି ସୌମ୍ୟଙ୍କ ବାପା। ତେବେ ସିବିଆଇ କିମ୍ବା ହାଇକୋର୍ଟ ମନିଟର କରି ସଂସ୍ଥା ଦ୍ଵାରା ତଦନ୍ତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଏଥିରେ ସିବିଆଇ, ଓଡ଼ିଶା ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।