ସିବିଆଇ ତଦନ୍ତ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

0

(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଇନ୍ଦ୍ରାବତୀ ଓଏଚ୍‌ପିସିର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ମୁଖିଗୁଡ଼ା ଗାଁ ଲୋକେ ଓଏଚ୍‌ପିସି କାର୍ୟ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି।
ସୂଚନାନୁଯାୟୀ, ଗତ ୧୭ ତାରିଖରେ ନାରାୟଣ ପ୍ରସାଦ ଅଫିସକୁ  ଆସି ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ଗତ ୧୮ ତାରିଖରେ ମୁଖିଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ମୁଖିଗୁଡ଼ା ନିକଟ ରାସ୍ତାକଡ ଏକ ବୁଦାରୁ ତାଙ୍କ ମୃତଦେହ ଠାବ କରାଯାଇଥିଲା। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଦେଖି ପୋଲିସ ଖବର ଦେଇଥିଲେ। ପୋଲିସ ଶବକୁ ଜବତ କରି ଆଜି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା ପଠାଇଛି। ଏଥିସହ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ନାରାୟଣ ପ୍ରସାଦଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି।