ସୀମା ଟପିଗଲା ମଣିଷ ପଣିଆ

0

(ରିପୋଟର୍ସ ଟୁଡେ) ; ମଣିଷ ହରାଇ ବସିଛି ମାନବିକତା । ଆଜି ବି ଲୋକଙ୍କ ମନରେ ଭରି ରହିଛିି ଅନ୍ଧବିଶ୍ୱାସ । ବିଭିନ୍ନ ସମୟରେ ଏହି ଅନ୍ଧବିଶସ୍ୱାସକୁ ନେଇ ଅନେକ ଘଟଣା ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ । ଗତ କିଛିିଦିନ ହେବ ସୋଶିଆଲ ମିଡିଆରେ ଘୁରିବୁଲୁଥିବା ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲେ ଆପଣମାନଙ୍କ ମନକୁ ମଧ୍ୟ ଦୋହଲାଇଦେବ । ସୁଚନା ଅନୁଯାୟି ଗତ ୧୯ ତାରିଖରେ ଗୁଣି ଗାରେଡି ସନ୍ଦେହରେ ଉତ୍ତ୍ୟକ୍ତ ଗ୍ରାମବାସୀ ୩ ଜଣ ଏନ୍.ଭେଙ୍କଟରମଣ, ଭୀମରାଜୁ ରେଡ୍ଡି ଓ ପି.ଧବଳେଶ୍ୱରଙ୍କୁ ନିର୍ଧୂମ ପିଟିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲା । ଏନ୍.ଭେଙ୍କଟରମଣଙ୍କୁ ଏକ ଚିମୁଟା ଦ୍ୱାରା ନିଜ ଦାନ୍ତ ଭାଙ୍ଗିବାକୁ କୁହାଯାଇଥିଲା । ସେ ନିଜେ ଦାନ୍ତ ଭାଙ୍ଗି ନପାରିବାରୁ ଅନ୍ୟଜଣଙ୍କ ଦ୍ୱାରା ଭେଙ୍କଟରମଣଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ ଗ୍ରାମବାସୀ । ଏହାପରେ ତାଙ୍କୁ ବିଷ୍ଟା ଖାଇବାକୁ ବାଧ୍ୟ କରାଯାଇଥିଲା ।ଘଟଣା ସ୍ଥଳରେ ହିଁ ଲୋକମାନଙ୍କ ମାଡରେ ଏନ୍. ଭେଙ୍କଟରମଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି । ଭେଙ୍କଟରମଣଙ୍କ ହତ୍ୟା ଓ ଅନ୍ୟ ଦୁଇ ଜଣଙ୍କୁ ବର୍ବର ଆକ୍ରମଣ ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ମୁକସାକ୍ଷୀ ପାଲଟିଥିବା ଭିଡିଓରେ ଦେଖିବାକୁ ମିଳିଛି ।