(ଶିଳାସ୍ମିତା ରାୟ)ଭୁବନେଶ୍ୱର: ସୀମା ବିବାଦକୁ ନେଇ ଡଳାୟତିର ଶୀକାର ଜଣେ ସାଧାରଣ ଲୋକ ବହୁ ହଇରାଣ ହରକତ ହୋଇଛନ୍ତି ସୁଶାନ୍ତ ମହାରଣା । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ରାଉତରାୟପୁର ଗାଁରେ ସିନେମା ଢାଞ୍ଚାରେ ଏକ ଡଳାଇତି ହୋଇଛି । ସେହି ଗ୍ରାମରେ ରହୁଥିବା ସୁଶାନ୍ତ ମହାରଣାଙ୍କ ଘରେ ୪ ଦୁର୍ବୃତ୍ତ ପଶି ବନ୍ଧୁକ ମୁନରେ ୩୦ ଭରି ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଚୋରିକରିଥିଲେ । ସୁଶାନ୍ତକୁ ହତ୍ୟା କରିବାକୁ ଉଦ୍ୟମ ବେଳେ ସୁଶାନ୍ତଙ୍କ ଛୋଟ ପୁଅର ଅନୁରୋଧରେ ତାଙ୍କୁ ଛାଡିଦେଇଥିଲେ ।
ସୁଶାନ୍ତ ଏନେଇ ପ୍ରଥମେ ମୟୁରଭଂଜ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏଫଆଇଆର ନରଖି ତାଙ୍କୁ ଫେରାଇ ଦେଇଥିଲା, କାରଣ ସୁଶାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ଅଧୀନରେ ଯାଉଛି । କିନ୍ତୁ ତାଙ୍କର ପରିଚୟପତ୍ର ମୟୁରଭଂଜର ରହିଛି । ବାଲେଶ୍ୱର ଓ ମୟୁରଭଂଜ ମଧ୍ୟରେ ସୀମା ବିବାଦକୁ ନେଇ ହରଡ ଘଣାରେ ପଡିଥିଲେ ସୁଶାନ୍ତ, କିଏ ଚୋର ଧରିବ? ବହୁ ଦୌଡା ଧାପଡା ଓ ବାକ୍ ବିତଣ୍ଡା ପରେ ବାଲେଶ୍ୱରର ରେମୁଣା ଥାନା ଅଧୀନସ୍ଥ ଦୁର୍ଗାଦେବୀ ଫାଣ୍ଡିରେ ମାମଲା ରୁଜୁ ହୋଇଛି ।