ସୀମା ଲଙ୍ଘିଲା ବଧୂ ନିର୍ଯ୍ୟାତନା, ପୁଅ ଟିଏ ଜନ୍ମ ନହେବାରୁ ମାରଣାନ୍ତକ ଆକ୍ରମଣ

0

(ଅଜିତ ସାହୁ)ଜଳେଶ୍ୱର: ରୋଗଗ୍ରସ୍ତ ସ୍ଵାମୀଙ୍କର ଅସହାୟତାର ସୁଯୋଗ ନେଇ କାମୁକ ଦିଅରର ଲୋଲୋପ ଦ୍ରୁଷ୍ଟି ସାଙ୍ଗକୁ ଶାଶୁ ଓ ବିବାହିତା ନଣନ୍ଦଙ୍କ ମାରଣାନ୍ତକ ଆକ୍ରମଣ ନ୍ୟାୟ ପାଇଁ ପିଡିତା ଥାନାର ଆଶ୍ରୟ ନେଇଛନ୍ତି । ଏଭଳି ଅଭାବନୀୟ ଘଟଣା କମରଦା ଥାନା ବାଉଁଶ ଡ଼ିହା ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ ସନ୍ଦୀପ ପ୍ରଧାନ ବାର ବର୍ଷ ତଳେ ସବିତାଙ୍କୁ ଵିଵାହ କରି ଥିଲେ। ଵିଵାହର କିଛି ଦିନ ଠିକ ଠାକ ଥିଲା, ମାତ୍ର ପିଲାଜନ୍ମ ବେଳେ ପୂଅ ନହୋଇ ଝିଅ ହେବାରୁ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର। ପୁଅ କୁ ଚାହିଁ ଏବେ ତିନୋଟି ଝିଅର ମାଆ ସବିତା । ପୁଅ ଟିଏ ଜନ୍ମ ନକରିପାରି ବାରୁ ଶାଶୁ ଓ ବିବାହିତା ନଣନ୍ଦଙ୍କ ଅଶ୍ଳୀଳ ଗାଳି ଗୁଲଜ ସାଂଙ୍ଗକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଭୋଗି ଲହୁ ଲୁହାଣ ହୋଇ କୁନିକୁନି ଝିଅ, ରୋଗ ଗ୍ରସ୍ତ ସ୍ବାମୀଙ୍କ ମୁହଁକୁ ଚାହିଁ ନିଜ ଭାଗ୍ୟ କୁ ଆଦରି ମୁହଁ ମାଡ଼ି ପଡି ରହିଥିଲେ। ମାତ୍ର ଏତିକିରେ ତାଙ୍କ ଦୁଃଖ ସରି ନଥିଲା ଘରେ ଥିବା ଅବିବିବାହିତ ଦିଅର ପ୍ରଦୀପ ର ଲୋଲୋପ ଦୃଷ୍ଟି ପଡିଥିଲା ଭାଉଜ ସବିତା ଉପରେ। ଏନେଇ ଗ୍ରାମରେ ଓ ଥାନାରେ ବାରମ୍ବାର ବିଚାର ହୋଇ ସମାଧାନ ହୋଇ ମଧ୍ୟ କିଛି ସୁଫଳ ମିଳିନଥିଲା। ଗତ ୨୧ତାରିଖ ରେ ଦିଅର ଅସଦାଚରଣ କରିଥିଲେ ପ୍ରତିବାଦ କରିବାରୁ , ଦିଅର,ବିବାହିତା ନଣନ୍ଦ , ଓ ଶାଶୁ ମିଳିତ ଭାବେ ସବିତାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଶାଶୁ ଦୀପାଳୀ ପ୍ରଧାନ ସବିତାଙ୍କ ବାମ ହାତକୁ କାମୁଡି ରକ୍ତାକ୍ତ କରିଦେବା ସମୟରେ ମଝିଆ ଝିଅ ଉଷା ମାଙ୍କୁ ଆକ୍ରମଣରୁ ବଂଚାଇବାକୁ ଯାଇ ଆହତ ହୋଇଥିଲେ । ପରେ ଖଵର ପାଇଁ ସବିତା ର ବାପା ଓ ଭାଇ ଆସି ସବିତା ଘରେ ପହଁଚିବା ପରେ ଶାଶୁ ଘର ଲୋକେ ସବିତା ର ଭାଇକୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ । ଅନ୍ୟ ଉପାୟ ନ ପାଇ ସବିତା ନ୍ୟାୟ ପାଇଁ କମର୍ଦା ଥାନାରେ ଅଭିଯୋଗ କଲା ପରେ ଥାନା ଅଧିକାରୀ ଏକ ୧୨୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ରୋଗଗ୍ରସ୍ତ ସ୍ଵାମୀ, ତିନି ନାବାଳିକା ଝିଅ ସହିତ ସବିତା ର ଜୀବନ ଏବେ ବିପଦରେ । ତେବେ ଦେଖିବାକୁ ବାକି ରହିଲା ପୀଡ଼ିତା ସବିତାକୁ କେଵେ କି ପ୍ରକାର ନ୍ୟାୟ ମିଳୁଛି ।