ସୁନ୍ଦର ଦେଖାଯିବା ପାଇଁ ଲଗାନ୍ତୁ ଅଦା

0

( ରିପୋର୍ଟସଟୁଡେ): ଅଦା ଏପରି ଏକ ସାମଗ୍ରୀ, ଯାହା ପ୍ରାୟ ସମସ୍ତ ଭାରତୀୟଙ୍କ ରୋଷେଇ ଘରେ ନିତିଦିନ ବ୍ୟବହାର ହୁଏ। ଗରମଜାତୀୟ ସାମଗ୍ରୀ ହୋଇ ଥିବାରୁ ଏହା ଶରୀରକୁ ଥଣ୍ଡା ଏବଂ ଶୀତ ଜନିତ ରୋଗରୁ ରକ୍ଷା କରିଥାଏ।

ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଖାଲି ରୋଗ ଦୂର କରିଥାଏ ତାହା ନୁହେଁ, ବରଂ ଚେହେରାର ସୌନ୍ଦର୍ୟ୍ୟ ମଧ୍ୟ ବଢ଼ାଇଥାଏ। ଆସନ୍ତୁ ଜାଣିବା, କିପରି ଅଦାର ବ୍ୟବହାର ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରାଯାଇପାରିବ।
୧. ଅଦାରେ ରହିଥିବା ୪୦ରୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍‌ସ୍‌ ଆଣ୍ଟି-ଏଜିଂ ପ୍ରକ୍ରିୟାକୁ ଧୀର କରିଥାଏ। ଏହା ଦ୍ୱାରା ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍‌ ହୋଇଥାଏ। ଯାହାଫଳରେ ଆପଣ ଅଧିକ ବର୍ଷ ଯାଏ ଯୁବକଙ୍କ ଭଳି ଦେଖାଯାଇଥା’ନ୍ତି।
୨. ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, କିଛି ଦିନ ମଧ୍ୟରେ ଆପଣ ତ୍ୱଚାରେ ଔଜଲ୍ୟ ପାଇ ପାରିବେ।
୩. ଅଦାରେ ରହିଥିବା ପୋଷକ ତତ୍ତ୍ୱ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଏଥିପାଇଁ ଅଦା ରସ ସହ ଲେମ୍ବୁକୁ ମିଶାଇ ବ୍ୟବହାର କରନ୍ତୁ। ସେହି ପେଷ୍ଟକୁ କିଛି ସମୟ ଚେହେରାରେ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, କିଛି ଦିନ ମଧ୍ୟରେ ଚେହେରା ସତେଜ ଓ ସୁନ୍ଦର ଦିଶିବ ।

୪. ଅଦାରେ ଥିବା ଆଣ୍ଟିଏଜିଂ ଗୁଣ ପାଇଁ ଏହାକୁ ଦୈନିକ ଖାଇବା ଦ୍ୱାରା ଶରୀରରେ ଥିବା ବିଭିନ୍ନ ଦାଗ, ଚିହ୍ନ ଓ କଳାଦାଗ ଦୂର ହୋଇଥାଏ।
୫.ତ୍ୱଚାରେ କୌଣସି ପ୍ରକାରର ଜଳା ପୋଡ଼ା ହେଉଥିଲେ, ଅଦା ରସର ବ୍ୟବହାର କରିବା ଦ୍ୱାରା ଏଥିରୁ ଆରାମ ମିଳିଥାଏ।
୬. ଅଦାର ବ୍ୟବହାର ତ୍ୱଚାରେ ପ୍ରାକୃତିକ ଗୋରାପଣ ମଧ୍ୟ ଆଣିଥାଏ। ଏଥିପାଇଁ ଅଦା ରସକୁ ଗୋଲାପ ଜଳ ମିଶାଇ ବ୍ୟବହାର କରନ୍ତୁ। ଏହାକୁ ୨୦ ମିନିଟ ଯାଏ ଚେହେରାରେ ଲଗାଇ ରଖି ତାହାକୁ ଧୋଇ ଦିଅନ୍ତୁ। ଏପରି ନିୟମିତ କରନ୍ତୁ, ଦେଖିବେ ଚେହେରାର ପ୍ରାକୃତିକ ଚମକ ବଢ଼ିଯିବ।
୭. କେଶ ପାଇଁ ମଧ୍ୟ ଅଦା ଖୁବ ଉପକାରୀ। ଅଦା ରସକୁ ସପ୍ତାହକୁ ୨ଥର ମୁଣ୍ଡରେ ଲଗାନ୍ତୁ। ଦେଖିବେ, ଖୁବ କମ୍‌ ଦିନରେ ରୁପୀ ସମସ୍ୟା ଦୂର ହେବା ସହ କେଶ ଘନ ହେବ।