ସୁପ୍ରିମ କୋର୍ଟରୁ ବାବା ରାମଦେବ ଓ ପତଞ୍ଜଳିକୁୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ଓ ତାଙ୍କ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣଙ୍କୁୁ ସୁପ୍ରିମ କୋର୍ଟରୁ ମିଳିଛି ଆଶ୍ୱସ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଉଭୟଙ୍କୁ କ୍ଷମା ଦେଇଛନ୍ତି କୋର୍ଟ । କମ୍ପାନୀ ପକ୍ଷର ଓକିଲ ଗୌତମ ତୁଲୁକଦାର କହିଛନ୍ତି କି, ରାମଦେବ ଓ ବାଳକୃଷ୍ଣଙ୍କ ପ୍ରତିଶ୍ରୁତି ଆଧାରରେ ସୁପ୍ରିମ କୋର୍ଟ ଅଦାଲତ ଅବମାନନା ମାମଲା ବନ୍ଦ କରିଛନ୍ତି ।
କୋଭିଡ ଟିକାକରଣ ଓ ଏଲୋପାଥି ଔଷଧ ବିରୋଧରେ ପତଞ୍ଜଳି ବିଜ୍ଞାପନ ମାଧ୍ୟମରେ ବିଭ୍ରାନ୍ତିକର ପ୍ରଚାର କରୁଥିବା ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲା । ଏହି ଘଟଣାରେ ଉଭୟ ଗୁରୁ ସୁପ୍ରିମ କୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ । ଏପରି କୌଣସି ପ୍ରଚାର ଆଗାମୀ ଦିନରେ ନ କରିବାକୁ ଦେଇଥିଲେ ପ୍ରତିଶ୍ରୁତି । ଯାହା ଆଧାରରେ କୋର୍ଟ ଉଭୟଙ୍କୁ ଚେତାବନୀ ଦେଇ ଛାଡି ଦେଇଛନ୍ତି ।
ସୁପ୍ରିମ କୋର୍ଟରେ ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅଶନଉଦ୍ଦିନ ଅମନଉହ୍ଲାଙ୍କ ଖଣ୍ଡପ୍ୟୀ ମାମଲାର ଶୁଣାଣି କରିଥିଲେ । ଗତ ମେ ୧୪ରେ ମାମଲାରେ ରାୟ ସଂରକ୍ଷଣ ରଖିଥିଲେ, ଯାହାକୁ ଆଜି ପ୍ରକାଶ କରାଯାଇଛି । ଆଗକୁ କୌଣସି ବିଭ୍ରାନ୍ତିକର କାର୍ଯ୍ୟାନୁଷ୍ଠାନ ହେଲେ କୋର୍ଟ ଶକ୍ତ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ।