ସୁବର୍ଣ୍ଣପୁରରେ ଫସଲ ନଷ୍ଟ କଲେ ହାତୀପଲ୍ଲ

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର)ରିପୋର୍ଟସଟୁଡେ: ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ଦେଖାଦେଇଛି ଏପ୍ରକାର ସ୍ଥିତି । ଆଷାଢ ଯାଇ ଶ୍ରାବଣ ହେଲାଣି ।ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଖେଇ ଆସୁଛି ହେଲେ ଟାଙ୍ଗରା ପଡିଛି ଜମି । ଯେଉଁ ସମୟରେ ତଳି ରୁଆ ହେବା କଥା, ଠିକ ସେହି ସମୟରେ ବର୍ଷା ହେବାର ନାଁ ଧରୁନି । ଆଜି ନହେଲେ କାଲି ବର୍ଷା ହେବ, ଏମିତି କିଛି ଆଶାରଖି ନିଜ ଫସଲ ବଞ୍ଚାଇ ରଖିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ। ଫଳରେ ଅଣଜଳସେଚିତ ବ୍ଲକ ଗୁଡିକରେ ଭୟଙ୍କର ମରୁଡି ସ୍ଥିତି ଦେଖାଦେଲାଣି । ଆଉ ବୋଝ ଉପରେ ନଳିତା ବିଡା ସାଜିଛି ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳାବସ୍ଥା ଯୋଗୁଁ ପଡିଆ ପଡିଛି ହେକ୍ଟର ହେକ୍ଟର ଜମି । ଆଗାମୀ ଦୁଇ ଦିନ ଭିତରେ ବର୍ଷା ନହେଲେ ସ୍ଥିତି ସଙ୍ଗୀନ ହେବ ସ୍ବୀକାର କରିଛି ଜିଲ୍ଲା କୃଷି ବିଭାଗ ।
ଏବେ ଜଙ୍ଗଲୀ ହାତୀଙ୍କର ଉପଦ୍ରବ ହେତୁ ବିହନ ପଲ୍ଲାକୁ ମାଡି ନଷ୍ଟ କରି ଦେଇ ଚାଲିଯାଇଛି ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର କୋଟସମଲାଇ ଗାଁର ଶ୍ରୀମତୀ ସୁଭାସିନୀ ମନ୍ତ୍ରା ତିନି ଏକର, ସନ୍ତୋଷ ମେଣ୍ଡିଲିଙ୍କ ଆଠ ଏକର,ଛବି ବନଛୁର୍ ଙ୍କ ଏକଏକଡ ରୁଆ ଖେତ ଓ ପଞ୍ଚାନନ ମନ୍ତ୍ରା ଙ୍କ ଏକ ଏକଡ ନଷ୍ଟ କରି ଦେଇ ଥିବା ଜଙ୍ଗଳୀ ହାତୀର କ୍ଷୟକ୍ଷତିରେ ଏହି ଚାଷୀ ମାନଙ୍କର ଆଖିରୁ ନିଦ ହଜିଯାଇଛି ।ସେହି ଗ୍ରାମର ଚାଷୀ ର ଭାତ ହାଣ୍ଡିରେ ଲାତ ଦେଲା ପରି ଘଟଣାଟା ହାତିର ଉପଦ୍ରବ ରେ ଏ ଅଞ୍ଚଳବାସୀ ଙ୍କୁ ଆତଙ୍କିତ କରିଦେଇଛି ।ଏହା ଦ୍ୱାରା ଉପଖଣ୍ଡ ବନ ବିଭାଗୀୟ କୋଟସମଲାଇ ଶାଖା ବନ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଭାବରେ ଘଟଣା ସ୍ଥଳକୁ ଯାଇ ସବିଶେଷ ତଥ୍ୟ ସଗ୍ରହ କର୍ମଚାରଙ୍କ ଗୋଚରାଥେ ଉପରୋକ୍ତ ଚାଷୀଙ୍କୁ କ୍ଷତିପୂରଣ ଭାବରେ ସରକାରଙ୍କ ତରଫରୁ ପାଇବା ଆଶାରେ ଦ୍ୱାରସ୍ଥ ହୋଇଛନ୍ତି।