ସୁବର୍ଣ୍ଣପୁରରେ ବ୍ଳକ ସ୍ତରୀୟ ଜନ ସଚେତନତା ଓ ପ୍ରଶିକ୍ଷଣ ଶିବିର

0

(ଓମପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ମାଁ ମେଟାକାନୀ ଯୁକ୍ତ ୨ ମହାବିଦ୍ୟାଳୟ ଠାରେ ଏକ ବ୍ଳକ ସ୍ତରୀୟ ଜନ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିବହନ ବିଭାଗର ଅଧିକାରୀ ରବିନ୍ ପଟ୍ଟନାୟକ ଯୋଗଦେଇ ଜିଲ୍ଲା ର ବିଭିନ୍ନ ସରକାରୀ ଯୋଜନା ଉପରେ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ର ସଭାପତି ଗୁନୁରାମ ମହାକୁର ସଚେତନତା ସଭାରେ ଅଧ୍ୟକ୍ଷତା କରିବା ସହ ସଚେତନତା ହିଁ ମୂଳ ମନ୍ତ୍ର ବୋଲି ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଜୟଶ୍ରୀ ସିଂ,ଅଧ୍ୟାପକ ଭାବଗ୍ରାହୀ କର୍ଣ୍ଣ, ସଂପାଦକ ବାସୁଦେବ ଭୋଇ,ଉଲୁଣ୍ଡା ବ୍ଳକ ର ଆଡିସେନାଲ୍ ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ନାଏକ ,ରଞ୍ଜନ ମହାନନ୍ଦ (ଡବ୍ଳୁଇଓ) ଉଲୁଣ୍ଡା ର ପ୍ରମୁଖ ଙ୍କ ସହ କାର୍ୟ୍ୟକ୍ରମ ରେ ମହାବିଦ୍ୟାଳୟ ର କର୍ମକର୍ତା ମାନେ ବିଶେଷ ସହଯୋଗ କରିଥିଲେ।