(ଓମପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ମଦୁଆ ଗାଡି ଚାଳକଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଛି। ସହର ର ମୁଖ୍ୟ ପ୍ରବେଶ ଦ୍ୱାର କୁଞ୍ଜ ହୋଟେଲ ଛକଠାରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଓ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଉପସ୍ଥିତ ରହି ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଆସୁଥିବା ଗାଡ଼ି ଚାଳକ ମାନଙ୍କୁ ଅଟକାଇ ସେମାନଙ୍କ ମୁହଁ ରେ ମେସିନ ଲଗାଇ ଯାଞ୍ଚ କରିଥିଲେ। ବିନା ହେଲମେଟ ରେ ଗାଡିଚାଳନା ଓ ମୋବାଇଲ ଫୋନରେ କଥା ହୋଇ ଗାଡି ଚାଳନା କରୁଥିବା ଗାଡି ଚାଳକ ମାନଙ୍କୁ ମଧ୍ୟ ଏକ ମିଳିତ ସ୍ୱାର୍ଡ଼ କଡାକଡି ଯାଞ୍ଚ କରି ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତି ଙ୍କୁ ଅର୍ଥ ଫାଇନ କରୁଥିବା ଦେଖିବାକୁ ମିଳିଛି।ସେହିପରି ସରକାରୀ ବସ୍ ଓ ବିଭିନ୍ନ ବିଭାଗର ଗାଡି ମୋଟର ବି ଯାଞ୍ଚ କରାଯାଇଛି।ଏହି ଗାଡି ମୋଟର ଯାଞ୍ଚ ରେ ସୋନପୁର ଏସଡିପିଓ ମିହିର ପଣ୍ଡା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ସୁବାସିସ୍ ସାହୁ, ମୋଟରଯାନ ଅଧିକାରୀ ଜନପ୍ରତାପ କୁଲୁ, ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଭିନାଶ ପ୍ରଧାନ, ଏଏସଆଇ ଏକାଦଶିଆ ପ୍ରଧାନ, ଏଏସଆଇ ରାଜିବ୍ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।