(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ଆଜି ଡିସେମ୍ବର ୨୫ ବା ବଡ଼ ଦିନ । ଏହି ଦିନଟିକୁ ରାଜ୍ୟବାସୀ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଝୁପୁଡିପଡା ଠାରେ ଥିବା ଚର୍ଚ୍ଚ ରେ ଖ୍ରୀଷ୍ଟିଆନ ସମ୍ଫଦାୟର ଲୋକମାନେ ନାଚଗୀତ ର ସହିତ ପାଳନ କରିଛନ୍ତି । ଆଜି ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ବଡ଼ଦିନ ଓ କ୍ରିସମାସ ଉପଲକ୍ଷେ ଖ୍ରୀଷ୍ଟ ମଣ୍ଡଳୀ ସୋନପୁର ତରଫରୁ ଏକ୍ସମାସ ୨୦୧୯ ନାଚଗୀତ କରି ପାଳନ କରି ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଦେଇଛନ୍ତି। ଏହାସହ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ପାଳକ ପ୍ରଭାତ ଦିଗାଲ୍ ଓ ଏମ୍ ଦେବରା ଦିଗାଲ୍ ‘‘ବଡ଼ଦିନରେ ସମସ୍ତଙ୍କ ଜୀବନ ଖୁସି, ଆନନ୍ଦ, ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ଜଣାଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଭଜମନ ଜମିଦାର, ରବ ଚନ୍ଦ୍ର ବାଗ,ରୁନୁ ନାଗ ସହଯୋଗ କରିଥିଲେ।