ସୁବର୍ଣ୍ଣପୁର ପାତାଳୀକ୍ଷେତ୍ରର ବିକାଶ ପ୍ରକ୍ରିୟା ମନ୍ଥର

0

(ଓମପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଗ୍ରାମରେ ଥିବା ଶ୍ରୀ ପାତାଳୀକ୍ଷେତ୍ରର ବିକାଶ ପ୍ରକ୍ରିୟା ମନ୍ଥର । ପଶ୍ଚିମ ଓଡିଶା ର ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ପାତାଳି କ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଢାଞ୍ଚା ରେ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଗତ ୨୦୧୨ ଜୁଲାଇ ୦୫ ତାରିଖରେ ପୁରୀ ର ଗଜପତି ଦିବ୍ୟସିଂହ ଦେବ ଙ୍କ ଦ୍ୱାରା ଭୂମି ପୂଜନ ହୋଇଥିଲା । କିନ୍ତୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ପରେ ଏହି ଶ୍ରୀକ୍ଷେତ୍ର କୁ ଅଧିକାଧିକ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓ ବୃଦ୍ଧ ବୃଦ୍ଧା ଙ୍କ ସୁବିଧା ଉଦ୍ଦେଶ୍ୟରେ ବିଭିନ୍ନ ଗୁମ୍ପାକୁ ରୋପ୍ ୱେ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ରେ ଗତ ଫେବ୍ରୁଆରି ୧୧ରେ ଶିଳାନ୍ୟାସ କରାଯାଇଥିଲା ।ଏହାମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ଏହି କାର୍ଯ୍ୟ ବି ଆରମ୍ଭ ହୋଇପାରି ନାହିଁ ।ପାତାଳୀ ଶ୍ରୀ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ସକାଶେ ସରକାରୀ ସ୍ତରରେ ବିଭିନ୍ନ ପ୍ରସ୍ତାବ ଓ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେ ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି । ଏହି ଶ୍ରୀକ୍ଷେତ୍ରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ପର୍ୟ୍ୟଟନ ଓ ସସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।