ସୁରଜଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଲାଲସିଂହ ଅଞ୍ଚଳର ସୁରଜ ବେହେରା ନାମକ ଯୁବକଙ୍କ ଅଙ୍ଗଦାନ ମାଧ୍ୟମରେ ୬ଜଣଙ୍କ ଜୀବନ ରକ୍ଷା କରାଯାଇପାରିଛି । ପ୍ରଥମରୁ ସୁରଜଙ୍କ ପରିବାର ଲୋକେ ଅଙ୍ଗଦାନ ପାଇଁ ରାଜି ନଥିଲେ । କିନ୍ତୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସେମାନଙ୍କୁ ଅଙ୍ଗଦାନ ମାଧ୍ୟମରେ ଜୀବନ ରକ୍ଷା ସମ୍ପର୍କରେ ଭଲ ଭାବେ ବୁଝାଇବାରୁ ଏହାର ଗୁରୁତ୍ୱ ହୃଦୟଙ୍ଗମ କରି ସେମାନେ ରାଜି ହୋଇଥିଲେ । ସୁରଜଙ୍କ ମହତ କାଯ୍ୟ ପାଇଁ ଖୁବ ପ୍ରଶଂସା କରାଯାଇଛି । ଏହା ସହ ଆଜି ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଛନ୍ତି । ତାଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଡାକି ତାଙ୍କ ପୁଅର ତ୍ୟାଗ ପାଇଁ ଧନ୍ୟବାଦ ଦେବା ସହ ସହାୟତା ରାଷି ଘୋଷଣା କରିଛନ୍ତି ।ଜମି ଘର ଓ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।