ସୁର ବାବାଙ୍କ ବୟାନ ରେର୍ଡକ କରିବ କମିସନରେଟ ପୋଲିସ

0

(ଭୁବନେଶ୍ୱର / ଆଦର୍ଶ ରାଉତ): ଭୁବନେଶ୍ୱର: ଗତ ଶନିବାର ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ନାଁରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ବାଲିପାଟଣା ଥାନାରେ ରୁଜୁ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଜଣେ ଯୁବତୀ ଏହି ଅଭିଯୋଗ ଆଣିଥିଲେ । ଏନେଇ ଆଜି ପୋଲିସ କମିସନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ , ଜୋନ ୪ର ଏସିପିଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିବାବେଳେ ଅଭିଯୋଗକାରୀ ଯୁବତୀଙ୍କୁ ମଧ୍ୟ ଥାନାରେ ହାଜର ହୋଇ ନିଜ ବୟାନ ରେର୍କଡ କରାଇବା ପାଇଁ ନୋଟିସ କରାଯାଇଛି ।