(ରଜନୀକାନ୍ତ ପାତ୍ର / ଗଞ୍ଜାମ): ସ୍ୱଚ୍ଛତା ତଥା ପରିମଳକୁ ଆଧାର କରି କୋଦଳା ବସଷ୍ଟାଣ୍ଡ ନିକଟରେ ନିର୍ମିତ ହୋଇଛି “ସୁଲଭ ଶୌଚାଳୟ’। ଏହା ମୁଖ୍ୟ ରାସ୍ତା ତଥା ବସଷ୍ଟାଣ୍ଡ ନିକଟବର୍ତ୍ତୀ ହୋଇଥିବାରୁ ସାଧାରଣ ଜନତା ଯଥା ପୁରୁଷ ଏବଂ ମହିଳାଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ତିଆରି କରାଯାଇଥିଲା । ଏହି ସୁଲଭ ଶୌଚାଳୟରେ ନାହିଁ ନଥିବା ଅବ୍ୟବସ୍ଥା ଦେଖାଯାଇଛି । ୨ ରୁ ୩ ଦିନ ହେଲା ଏହି ଶୌଚାଳୟ ଓ ସ୍ନାନଗାର ଖୋଲୁନଥିବାରୁ ବସଯାତ୍ରୀଙ୍କ ସମେତ ଅନେକ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ଏପଟେ କୋଦଳା ଏନଏସି ସ୍ଵଚ୍ଛତା ପ୍ରତି ମନୋଭାବ ଦେଉନାହିଁ । ସ୍ୱଚ୍ଛତା ଓ ପରିମଳକୁ ଆଧାର କରି ତିଆରି ହୋଇଥିବା ଆମ ଶୌଚାଳୟ ଉପରେ ଲତା ମାଡ଼ିଗଲାଣି । ଏବଂ ସର୍ବସାଧାରଣ ବ୍ୟବହାର ନିମନ୍ତେ ତିଆରି ହୋଇଥିବା ଲାଟିନ ବର୍ତ୍ତମାନ ତାଲା ଝୁଲୁଛି । ଯାହା ଫଳରେ ଯାତ୍ରୀ ବାହାରେ ପରିସ୍ରା କରୁଥିବା ପରିଲକ୍ଷିତ ହେଉଛି । ବର୍ତ୍ତମାନ ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାର ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏନଏସି ନିକଟବର୍ତ୍ତୀ ଶୌଚାଳୟରେ ଏଭଳି ଅବ୍ୟବସ୍ଥା ସାଧାରଣରେ ଅତ୍ୟନ୍ତ ହାସ୍ୟାସ୍ପଦ ହୋଇଛି । ସମସ୍ତ ସମସ୍ୟାକୁ ଦୁରୀଭୂତ କରିବା ପାଇଁ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣ ଜନତାଙ୍କ ସମେତ ବୁଦ୍ଧିଜୀବୀ ଦାବି କରିଛନ୍ତି ।