(ଅନୁସ୍ୱୟା)ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଏଥିରୁ ମଧ୍ୟ ବାଦ ପଡ଼ିନି ବଲିଉଡ଼ ଜଗତ । ବଲିଉଡ଼୍ ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି । ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ ଖେର, ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର, ବିଗ୍ ବି ଅମିତାଭ ବଚ୍ଚନ, ଅର୍ଜୁନ କାପୁର, ସଞ୍ଜୟ ଦତ୍ତ, ଆୟୁଷ୍ମାନ ଖୁରାନା, ରବିନା ଟଣ୍ଡନ୍, ସବାନା ଆଜମୀ, ଯାଭେଦ ଅଖତାର, ମଧୁର ଭଣ୍ଡାରକର ଓ ଅନୁରାଗ କାଶ୍ୟପ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଅଭିନେତା ସଞ୍ଜୟ ଦତ୍ତ ।
ଅମିତାଭ ବଚ୍ଚନ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ସୁଷମାଙ୍କ ସହିତ ବିତାଇଥିବା କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏହା ସହିତ ସେ ସୁଷମାକୁ ଦୁଃଖହର୍ତ୍ତା ବୋଲି କହିଛନ୍ତି । ସେହିପରି କିରଣ ଖେର୍ କହିଛନ୍ତି ଯେ ସେ ଜଣେ ମହାନ ନେତ୍ରୀ ଓ ମନ୍ତ୍ରୀ ଥିଲେ ।
ସେହିପରି ଗାୟିକା ଲତା ମଙ୍ଗେସ୍କର ଶୋକ ପ୍ରକାଶ କରି ଲେଖିଛନ୍ତି ଯେ ସେ ଜଣେ ସମ୍ବେଦନଶୀଳ ଓ ନିସ୍ୱାର୍ଥପର ଆତ୍ମା ଥିଲେ । କବିତା ଓ ସଙ୍ଗୀତକୁ ସେ ବେଶ୍ ଭଲ ଭାବରେ ବୁଝୁଥିଲେ । ସୁଷମା ତାଙ୍କର ଭଲ ବନ୍ଧୁ ଥିଲେ ବୋଲି ଲତା କହିଛନ୍ତି ।