(ଶେଖ ଫାଇଜାନ କାଦରୀ)ଭଦ୍ରକ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ସଭାପତିତ୍ୱରେ ବିଧାନସଭା ବିରୋଧି ଦଳ ଉପନେତା ବିଷ୍ଣୁ ସେଠିଙ୍କ ସମେତ ଜିଲ୍ଲାର ବିଜେପି ଦଳର ପ୍ରମୂଖ ନେତାମାନେ ଯୋଗଦେଇ ସୁଷମା ଜୀଙ୍କ ରାଜନୈତିକ ଜୀବନକାଳରେ ଭାରତ ପ୍ରତି ଥିବା ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଏହି ଶୋକସଭାରେ ବହୁ କର୍ମୀ ଓ ସାମ୍ବାଦିକଗଣ ଉପସ୍ଥିତ ଥିଲେ।