ସୁସ୍ଥ ହେଲେଣି ମହାବାହୁ , ଆସନ୍ତା କାଲି ନବଯୌବନ ଦର୍ଶନ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ମହାପ୍ରଭୁ । ଢେର ଦିନ ହେବ ଅସ୍ୁସ୍ଥତା କାରଣ ହେତୁ ନିଜର ଭକ୍ତଙ୍କୁ ଦର୍ଶନ ଦେଇନାହିଁନ୍ତି ଶ୍ରୀଜିଉ । କିନ୍ତୁ ଏହି ଭକ୍ତ ଓ ଭଗବାନଙ୍କର ସେହି ଅପେକ୍ଷାର ଅନ୍ତ ଆସନ୍ତା କାଲି ଘଟିବ । କାରଣ ଆସନ୍ତାକାଲି ହେଉଛି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଆସନ୍ତାକାଲି ପୂର୍ବାହ୍ନ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ବନକଲାଗି କରାଯିବ । ଦତ୍ତମହାପାତ୍ର ସେବାୟତମାନେ ଏହି ବନକଲାଗି କରିବା ପରେ ପ୍ରଥମେ ଟିକେଟ ଦର୍ଶନ ହେବ । ଟିକେଟ ଦର୍ଶନର ସମୟ ୨ଟା ୩୦ରୁ ୩ଟା ୩୦ ରଖାଯାଇଛି। ପରେ ସର୍ବସାଧାରଣ ଦର୍ଶନ ୩ଟା ୩୦ରୁ ୪ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ ।
ଏନେଇ ଆଜି ମହାପ୍ରଭୁଙ୍କୁ ଘଣାଲାଗି କରାଯିବା ସହ ଖଳି ଲାଗି ମଧ୍ୟ କରାଯିବ । ସୁଦ୍ଧ ସୁଆରଙ୍କ ଘରୁ ଏକ ଶୋଭାଯାତ୍ରାରେ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ନିଆଯିବ । ସ୍ୱତନ୍ତ୍ର ଭାବେ ସୁଆରଙ୍କ ଘରେ ନିର୍ମିତ ଖଳିପ୍ରସାଦକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ । ଏହାପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଘଣାଲାଗି ନୀତି ସମ୍ପନ୍ନ ହେବ । ଦଇତାପତି ମାନେ ଘଣାଲାଗି ନୀତି ଶେଷ କରିବା ପରେ ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି କରିବେ । ଫଲରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।